www.samajalive.in
Saturday, December 6, 2025
14.1 C
Bhubaneswar

ଟ୍ରାନ୍ସଫରମର ପୋଡିଯିବା ଯୋଗୁଁ ଆଜକୁ ୮ଦିନ ହେବ ଅନ୍ଧାରରେ ତେନ୍ତୁଳିଖୁଣ୍ଟି ବ୍ଲକର ଦୁଇ ସାହି ବାସିନ୍ଦା

ନବରଙ୍ଗପୁର: ଆଜକୁ ୮ଦିନରୁ ଊଦ୍ଧ୍ୱର୍ ହେବ ଅନ୍ଧାରରେ ରହୁଛନ୍ତି ଦୁଇଟି ସାହି ବାସିନ୍ଦା। ଏପରି ଏକ ଘଟଣା ଦେଖିବାକୁ ମିଳିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ଗ୍ରାମର ପଞ୍ଚାୟତର ୪ ନ ୱାର୍ଡରେ । ଏହି ୱାର୍ଡର ଦୁଇଟି ସାହିରେ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ପରିବାର ବାସ କରୁଥିବା ବେଳେ ଆଜକୁ ୮ଦିନ ହେବ ସାହିରେ ଥିବା ଟ୍ରାନ୍ସଫରମର ପୋଡିଯିବା ଯୋଗୁଁ ଏହି ଦୁଇଟି ସାହିର ଲୋକେ ଅନ୍ଧାରରେ ରହୁଛନ୍ତି । ଏକ ସପ୍ତାହରୁ ଊଦ୍ଧ୍ୱର୍ ସମୟ ଧରି ଲୋକେ ଗ୍ରୀଷ୍ମ ଟାଣ ଖରାରେ ଆଉଟୁ ପାଉଟୁ ହେଉଛନ୍ତି। ତେନ୍ତୁଳିଖୁଣ୍ଟି ସାଉଥକୋ ଯନ୍ତ୍ରୀକୁ ସାହିବାସିନ୍ଦା ଅଭିଯୋଗ କରିବା ପରେ ଯନ୍ତ୍ରୀ ଜଣକ ଟ୍ରାନ୍ସଫରମର ପାଇଁ ଆବଶ୍ୟକ ଟଙ୍କା ଯୋଗାଡ଼ କଲେ ଯାଇ ନୂତନ ଟ୍ରାନ୍ସଫରମର ଲଗାହେବ ବୋଲି କହିଥିଲେ । ଅପରପକ୍ଷରେ ଗ୍ରାମ ବାସୀ ଘର ପିଛା ୮ଶହରୁ ହଜାର ଟଙ୍କା ପାଇଁ ଘର ଘର ବୁଲି ଆଦାୟ କରୁଛନ୍ତି। ଗରିବ ଶ୍ରେଣୀର ଲୋକେ ଏତେ ଟଙ୍କା ଦେବାକୁ ଅସମର୍ଥ ସତ୍ୱେ ସାହି ଲୋକେ କିଛି ଟଙ୍କା ଯୋଗାଡ଼ କରିବା ସହ ସହିଲୋକଙ୍କ ସହାୟତାରେ ଆଜି ଟ୍ରାନ୍ସଫରମରକୁ କାଡି ବିଦ୍ୟୁତ କାର୍ୟ୍ୟାଳୟକୁ ପଠେଇଥିବା ଗ୍ରାମବାସୀ କହିଥିବା ବେଳେ ସେମାନଙ୍କ ସାହିରେ ବିଦ୍ୟୁତ ସଂଯୋଗ ଶୀଘ୍ର କରିବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ସାହି ଲୋକେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories