–କରୋନା ସଂକ୍ରମିତ ୧୦ଟି ରାଜ୍ୟର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ଅଧିକାରୀମାନଙ୍କ ସହ କରୋନା ସଂକ୍ରମଣ ସ୍ଥିତି ଓ ଟିକାକରଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମୀକ୍ଷା କରିଛନ୍ତି
–ଗୋଟିଏ ବି କରୋନା ପ୍ରତିଷେଧକ ଟିକା ଯେଭଳି ନଷ୍ଟ ନ ହୁଏ, ସେଥିପ୍ରତି ସଜାଗ ରହିବାକୁ ପ୍ରଧାନମନ୍ତ୍ରୀ ଜିଲ୍ଲା ଅଧିକାରୀମାନଙ୍କୁ କହିଛନ୍ତି
–ଏହି ବୈଠକରେ କଟକ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାପାଳମାନେ ମଧ୍ୟ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ।
–କୋଭିଡ ସଂକ୍ରମିତଙ୍କ ଚିକିତ୍ସା ପାଇଁ ତରଳ ମେଡିକାଲ୍ ଅମ୍ଳଜାନ ନେଇ ଯାଉଥିବା ଯାନ ଉପରୁ ରାଜ୍ୟ ସରକାର ଟୋଲ୍ ଫି’ ଛାଡ଼
–ଆସନ୍ତା ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନିର୍ଦ୍ଦେଶନାମା
–ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦେଶ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପଦକ୍ଷେପ ନିଅ
–ଓଡ଼ିଶାରେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜ୍ୟ ସରକାର, ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ
–ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ତରଳ ଅମ୍ଳଜାନ ଷ୍ଟୋରେଜ୍ ଭେସେଲ୍ ସିଷ୍ଟମ ଉଦଘାଟିତ, ଭିସି ଯୋଗେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
–ଏବେ ମେନି ଫ୍ଲେମ୍ ରୁମରୁ ରୋଗୀଙ୍କ ଶଯ୍ୟା ନିକଟରେ ପହଞ୍ଚିବ ଅମ୍ଳଜାନ
–ଓଡ଼ିଶାର କର୍ପୋରେଟ ଅନୁଷ୍ଠାନ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ପକ୍ଷରୁ ଓଡ଼ିଶାରେ ପାଖାପାଖି ୫ ହଜାର କୋଭିଡ୍ ବେଡ୍ ଏବଂ ୧ ହଜାରରୁ ଊର୍ଦ୍ଧ୍ବ ଭେଂଟିଲେଟରର ବ୍ୟବସ୍ଥା କରାଯାଉଛି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
–ଭର୍ଚୁଆଲ ପ୍ଲାଟଫର୍ମରେ ସେଲ୍ ରାଉରକେଲା ଇସ୍ପାତ କାରଖାନାର “ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି” ହସ୍ପିଟାଲରେ ୧୦୦ଟି ଭେଂଟିଲେଟର ସହ ଆଇସିୟୁ ବେଡର ଲୋକାର୍ପଣ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି
–ପିନାରାଇ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି; ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ
–ରାଜ୍ୟ ସରକାରଙ୍କୁ ଦୁଇଟି ଅମ୍ଳଜାନ ଟ୍ୟାଙ୍କର ଦେଲା ଜେଏସପିଏଲ୍
–କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ, ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି : ଡିଜିପି ଶ୍ରୀ ଅଭୟ
–ଡ. ହୃଷିକେଶ ମଲ୍ଲିକ ହେଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି, ଅରୁଣା ମହାନ୍ତି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସଭାପତି
–ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ; ବିହାରରେ ୪ ରୋଗୀ ଚିହ୍ନଟ, ଅଧିକ ପ୍ରାଣଘାତୀ
– ବ୍ଲାକ୍ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍ସ
– ଧୂଳିକଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ଘରେ ପଙ୍ଖା ରଖାଯିବା ସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ; ନୂଆ ନିର୍ଦେଶାବଳୀ ଆଣିଲେ ସରକାର
– ଘରେ ବସି କରିହେବ କରୋନା ପରୀକ୍ଷା; ‘କୋଭିସେଲ୍ଫ’କୁ ମଞ୍ଜୁରୀ ଦେଲା ଆଇସିଏମଆର
– ସ୍ମାର୍ଟଫୋନରେ ଖୋଲିବ କାର୍, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍ ୧୨
– ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା
– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ
– ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ
– ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର
-ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ
– କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ
– ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ
– ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍’ ରହିବ। ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’
– ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ
– ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ
– ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା
– ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ
–କରୋନାରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତଙ୍କ ଦେହାନ୍ତ
– ଅଜଣା ଗାଡି ଧକ୍କାରେ ମହିଳା ମୃତ; କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି, ନିଜ ହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ
– ଅଟୋରିକ୍ସାକୁ ପଛପଟୁ ଧକ୍କାଦେଲା ଟ୍ରଲର : ୫ ଗୁରୁତର
– କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶାବକର ମୃତ୍ୟୁ
–କରୋନାରେ ପ୍ରାଣ ହରାଇଲେ ଅରିଜିତ ସିଂହଙ୍କ ମାଆ
– ମିଲ୍ଖା ସିଂହ କରୋନାରେ ସଂକ୍ରମିତ
– ଜୁନରେ ଏସିଆ କପ୍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ
– ଭାରତରେ ବିଶ୍ୱକପ୍ ଓ ଇଂଲଣ୍ଡରେ ଆଇପିଏଲ୍ ପାଇଁ ବିସିସିଆଇର ଯୋଜନା