www.samajalive.in
Monday, December 15, 2025
15.1 C
Bhubaneswar

ଖୋଲିବ ନବ ହତ୍ୟା ରହସ୍ୟ ! ଆଜି କ୍ରାଇମ୍‌ ସ୍ପଟ୍‌କୁ ଯାଇ ଖୋଳତାଡ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ

ଝାରସୁଗୁଡା : ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି।  ଆଜି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇ ଖୋଳତାଡ କରୁଛି ତଦନ୍ତକାରୀ ଟିମ୍। ମଙ୍ଗଳବାର ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିଥିବାବେଳେ ବୁଧବାର ମିନତିଙ୍କୁ ୩ ଘଣ୍ଟା ପଚରା ଉଚରା କରାଯାଇଥିଲା। ଆଜି ଏହି ମାମଲାରେ ଝାରସୁଗୁଡା ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ କରୁଛି। ଡାକ୍ତରଙ୍କୁ ପଚରାଉଚରା କରାଯାଉଛି। ପୂର୍ବତନ ସିଡିଏମ୍‌ଓ ଡୋଳାମଣି ପଟେଲଙ୍କ ବୟାନ ରେକର୍ଡ କରାଯାଇଛି। ଗୁଳିମାଡ ପରେ କେଉଁ ପରିସ୍ଥିତି​‌ରେ ନବ ଦାସଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ନେଇ ପଚରାଉଚରା କରାଯାଉଛି। ସୂଚନାଯୋଗ୍ୟ, ୨୦୨୩ ଜାନୁଆରୀ ୨୯ରେ ବ୍ରଜରାଜନଗର ଗାନ୍ଧି ଛକଠାରେ ନବ  ଦାସଙ୍କୁ ଗୁଳି କରାଯାଇଥିଲା । ଘଟଣାରେ ଗାନ୍ଧି ଛକ ଫାଣ୍ଡିର ଏଏସ୍‌ଆଇ ଗୋପାଳ  ଦାସଙ୍କୁ ପୁଲିସ୍‌ ଗିରଫ କରିଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories