www.samajalive.in
Monday, December 15, 2025
14.1 C
Bhubaneswar

ପୂର୍ବଭଳି ନିଜ ଜିଲା ଆଧାରରେ ଶିକ୍ଷକ ନିଯୁକ୍ତି ହେଉ

ଭୁବନେଶ୍ଵର: ରାଜ୍ୟରେ କିଛି ବର୍ଷ ହେଲା ଶିକ୍ଷକ ନିଯୁକ୍ତି ନିଜ ଜିଲା ସ୍ତରରେ ନ ହୋଇ ରାଜ୍ୟ ସ୍ତରରେ କରାଯାଉଛି। ଏହାଦ୍ବାରା ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲାର ପ୍ରାର୍ଥୀମାନେ ଉନ୍ନତ ଜିଲାର ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା କରିବାରେ ଅନେକ ସମୟରେ ସମର୍ଥ ହୋଇ ପାରୁନାହାନ୍ତି। ପୁନଶ୍ଚ, ଜିଲାଭିତ୍ତିକ ଶିକ୍ଷକ ନିଯୁକ୍ତି ନ ଥିବାରୁ ଛାତ୍ରଛାତ୍ରୀ ଆଞ୍ଚଳିକ ଭାଷାରେ ମଧ୍ୟ ଶିକ୍ଷାଦାନ ପାଇବାରୁ ବଞ୍ଚିତ ହେଉଛନ୍ତି। ଅର୍ଥାତ୍, ଜଣେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲା ନିଜ ଜିଲାରେ ନିଯୁକ୍ତି ପାଇଲେ ସେ ନିଜର ଆଞ୍ଚଳିକ ଭାଷା ବା ଆଦିବାସୀ ଭାଷାରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ସହଜରେ ଅଧିକ ବୋଧଗମ୍ୟ କରିପାରିବ। ଯଦି ଜଣେ ପ୍ରାର୍ଥୀ ଗୋଟିଏ ନିଜ ଜିଲାରେ ଗୋଟିଏ ସାଧାରଣ ଶିକ୍ଷକ ଅଥବା ତୃତୀୟ/ଚତୁର୍ଥ ଶ୍ରେଣୀ ଚାକିରିଟିଏ ପାଇପାରିବ ନାହିଁ ଓ ଅନ୍ୟ ଜିଲାର ପ୍ରାର୍ଥୀ ତାକୁ ପାଇବେ, ଏହାଦ୍ବାରା ଜନ ସାଧାରଣ ତଥା ପ୍ରାର୍ଥୀଙ୍କ ମଧ୍ୟରେ କ୍ଷୋଭ ତଥା ବିରୋଧ ଜାତ ହେଉଛି। ନିକଟ ଅତୀତରେ ଅନୁଷ୍ଠିତ କନିଷ୍ଠ ଶିକ୍ଷକ ନିଯୁକ୍ତିରେ କୋରାପୁଟ ଭଳି କେତେକ ଜିଲାରେ ବିରୋଧ ହେବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆଗରୁ ଯୁକ୍ତି କରାଯାଉଥିଲା ଯେ କେତେକ ଜିଲାରେ ପର୍ଯ୍ୟାପ୍ତ ଏସ.ଟି ପ୍ରାର୍ଥୀ ମିଳୁ ନାହାନ୍ତି; ତେଣୁ ରାଜ୍ୟ ସ୍ତରରେ ଶିକ୍ଷକ ନିଯୁକ୍ତି ଦିଆଯାଉଛି। ଏହାର ସମାଧାନ ପାଇଁ ନିକଟସ୍ଥ ଜିଲାରୁ ଏ ସବୁ ବର୍ଗର ପ୍ରାର୍ଥୀଙ୍କୁ ଅଣାଯାଇ ପାରେ। ତେଣୁ ପୂର୍ବ ଭଳି ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ଶିକ୍ଷକ, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ନିଜ ନିଜର ଜିଲା ଭିତ୍ତିରେ କରାଯାଉ। ଏହାଦ୍ବାରା ଆମେ କେତେକାଂଶରେ ଆଞ୍ଚଳିକ ବୈଷମ୍ୟକୁ ଦୂର କରିପାରିବା। ସରକାର ଏ ଦିଗରେ ବିଚାର କରିବାକୁ ଅନୁରୋଧ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories