www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ୟାଙ୍କର ଧକ୍କାରେ ବ୍ୟବସାୟୀ ମୃତ

ବନ୍ତ: ବନ୍ତ ଥାନା ଅଧୀନ ୫୩ ନମ୍ବର ରାଜପଥର ତାରିଣୀ ମନ୍ଦିର ନିକଟରେ ବୁଧବାର ଏକ ଟ୍ୟାଙ୍କର ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଚାଇଁପୁର ଗ୍ରାମର ଘୁରୁଡି ଜେନାଙ୍କ ପୁତ୍ର ଶରତ ଜେନା(୫୮)। ଶରତ ନିଜ ଘରୁ ବ୍ୟବସାୟ କରିବା ପାଇଁ ବନ୍ତ ହାଟକୁ ସାଇକେଲରେ ଆସୁଥିଲେ। ୫୩ ନମ୍ବର ରାଜପଥର ତାରିଣୀ ମନ୍ଦିରର ଅନତି ଦୂରରେ ଆନନ୍ଦପୁର ପଟୁ ଆସୁଥିବା ଏକ ତେଲ ଟ୍ୟାଙ୍କର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅପରପକ୍ଷେ ସ୍ଥାନୀୟ ଲୋକେ ଟ୍ରକଟିକୁ ଅଟକ ରଖିବା ସହ ରାସ୍ତା ରୋକ୍ କରିଛନ୍ତି। ମୃତକ ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ହୋଇଥିବାରୁ ତାଙ୍କ ପରବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି। ଘଟଣା ସ୍ଥଳରେ ବନ୍ତ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories