www.samajalive.in
Sunday, December 14, 2025
19.1 C
Bhubaneswar

ଶଗଡ ଗାଡିକୁ ଧକ୍କା ଦେଇ କାର୍‌ ଫେରାର୍, ବୃଦ୍ଧା ମୃତ

ଦେବଗଡ : ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ  ଶଗଡ ଗାଡିକୁ ଧକ୍କା ଦେଇଛି କାର୍। ଏଥିରେ ଜଣେ ବୃଦ୍ଧା ଏବଂ କିଛି ବଳଦଙ୍କର ମୃତ୍ୟୁ ଘଟିଛି। ଏବଂ ଶଗଡ ଗାଡିଟି ମଧ୍ୟ ଚୂରମାର୍ ହୋଇଯାଇଛି। ମୃତ ବୃଦ୍ଧା ଜଣକ ଛତାବର ଅଶନବଣିଆ ସାହିର ମାୟା ସାହୁ ବୋଲି ଜଣାପଡିଛି।  ଆଜି ସକାଳେ ସେ ଜାଳେଣୀ ପାଇଁ କାଠ ସଂଗ୍ରହ ପାଇଁ ଯାଉଥିବାବେଳେ ଏକ କାର୍ ସାମ୍ନା ପଟୁ ଧକ୍କା ଦେଇଥିଲା।  ଘଟଣା ସ୍ଥଳରେ ରିଆମାଳ ଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories