www.samajalive.in
Friday, December 12, 2025
14.1 C
Bhubaneswar

ସୀମା ସୁରକ୍ଷା ବାହିନି ଦ୍ୱାରା ଜନ ସମ୍ପର୍କ ଶିବିର

ମାଲକାନଗିରି : ମାଲକାନଗିରି ଜିଲା ମାଥିଲି ଥାନା ଅଞ୍ଚଳ କିଆଙ୍ଗ ପଞ୍ଚାୟତ ବନସା ଘାଟ ଗ୍ରାମରେ ବି.ଏସ.ଏଫ ୧୬୦ ବାଟାଲିୟନ ଦ୍ୱାରା ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି। କମାଣ୍ଡାଣ୍ଟ ତ୍ରିନାଥ ଆଚାରି ଏବଂ ସହକାରୀ କମାଣ୍ଡାଣ୍ଟ୍ ତରୁଣ ପ୍ରକାଶ ମିନା , ଏ.ଏସ.ଆଇ ଦେବେନ୍ଦ୍ର ସିଂ ଏହି ଶିବିର ଆୟୋଜନ କରିଥିଲେ। ଶିବିରରେ ଆଖ ପାଖ ଅଞ୍ଚଳର ଗ୍ରାମବାସୀ, ୱାର୍ଡ ମେମ୍ବର ଏବଂ ସଂପୃକ୍ତ ଗ୍ରାମ ଗୁଡିକର ବିଦ୍ୟାଳୟର ଶିକ୍ଷକ ଉପସ୍ଥିତ ରହିଥିଲେ। କମାଣ୍ଡାଣ୍ଟ ଶ୍ରୀ ଆଚାରିୟା ଉଦବୋଧନ ଦେଇ ପ୍ରକାଶ କରିଥିଲେ ଯେ ସିମା ସୁରକ୍ଷା ବାହିନି ଏହି ଆଭ୍ୟନ୍ତରିଣ ଅଞ୍ଚଳରେ ନିଜର ପରିବାର ଠାରୁ ବହୁ ଦୂରରେ ରହି ଆପଣଙ୍କ ଧନ ଜୀବନ ସୁରକ୍ଷା କରିବା ପାଇଁ ଦିବା ରାତ୍ରି ନିଷ୍ଠାପର ଭାବେ କର୍ତ୍ତବ୍ୟ କରୁଛନ୍ତି। ତେଣୁ ସାଧାରଣ ଜନତା ସୁରକ୍ଷା କର୍ମିଙ୍କ ପ୍ରିୟ ଭାଜନ ହେବା ସହ ସେମାନଙ୍କୁ ଭୟ ନ କରି ସହଯୋଗ କରି ନିଜର ଭବିଶ୍ୟତ ସୁରକ୍ଷରେ ସହାୟକ କରନ୍ତୁ। ଏହି ଅବସରରେ ଉପସ୍ଥିତ ଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ, ଖେଳ ସାମଗ୍ରି, ମହିଳା ମାନଙ୍କୁ ରୋଷେଇ ସାମଗ୍ରୀ, କୃଷକ ମାନଙ୍କୁ କୃଷି ଯନ୍ତ୍ରପାତି, ବିତରଣ କରାଯାଇଥିଲା। ଏଥିସହ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ରୋଗି ଚିହ୍ନଟ କରାଯାଇ ଔଷଧ ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ ମହିଳା , ପୁରୁଷ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories