ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଡୁକୁରା ତାଡକି ରାସ୍ତାର ବାଉଁଶ କଣ୍ଟିଆ ନିକଟରେ ବାଇକ ଦୁର୍ଘଟଣାରେ ବାଇକ୍ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ଆମ୍ବୁଲାନ୍ସରେ ତାଙ୍କୁ ଉଦଳା ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ବଡ଼ସାହି ଥାନା ଯଦୁନାଥ ପୁର ଗ୍ରାମର ଗୌରମୋହନ ମୁର୍ମୁ। ସେ ବାଇକ ଚଳେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ କେନାଲ ଭିତରକୁ ବାଇକ ପଶିଯାଇଥିଲା। ଖୁଣ୍ଟା ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି ।
Popular Categories



