ଛୁଟି ଦରଖାସ୍ତରେ କାରଣ ଦର୍ଶାଇବାକୁ ରାଜ୍ୟସଭା ସାଂସଦଙ୍କୁ ନାଇଡୁଙ୍କ ପରାମର୍ଶ

0

ନୂଆଦିଲ୍ଲୀ : ଏଣିକି ଛୁଟି ଦରଖାସ୍ତରେ କାରଣ ଦର୍ଶାଇବା ଲାଗି ରାଜ୍ୟସଭା ସାଂସଦଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ସଭାପତି ଏମ୍‌, ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ବିନେ ପ୍ରସାଦ ବର୍ମା ଏବଂ କେରଳ କଂଗ୍ରେସର ଜୋସ କେ ମଣି ଅନ୍ତରୀଣ ବଜେଟ ଅଧିବେଶନରୁ ଅବକାଶ ପାଇଁ ଆବେଦନ କରିଥିବା ବୁଧବାର ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ନାଇଡୁ ଗୃହକୁ ସୂଚନା ଦେଇଥିଲେ। ବର୍ମା ସ୍ବାସ୍ଥ୍ୟଗତ କାରଣ ଦର୍ଶାଇଥିବା ବେଳେ ମଣି ଦଳୀୟ କାର୍ଯ୍ୟର କାରଣ ଉଲ୍ଲେଖ କରିଥିଲେ। ନାଇଡୁ ଉଭୟଙ୍କ ଛୁଟି ମଞ୍ଜୁର କରିଛନ୍ତି।

Leave A Reply