www.samajalive.in
Sunday, December 7, 2025
13.1 C
Bhubaneswar

ଆମେରିକା ଲାଗି ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଛି – ଟ୍ରମ୍ପ

ୱାଶିଂଟନ: ସଂସଦରେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ କରି କହିଛନ୍ତି ଯେ ଆମେରିକା ଲାଗି ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଛି। ଆମେରିକା ନିଜ ପୁରଣା ଆନ୍ଦାଜରେ ଫେରିଛି। ଆମେରିକାର ସ୍ୱପ୍ନକୁ କେହି ଅଟକାଇ ପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି ।

ଜୋ ବାଇଡେନ୍‌‌ ସବୁଠାରୁ ଖରାପ ରାଷ୍ଟ୍ରପତି ରହିଥିଲେ। ବାଇଡେନ୍‌‌ଙ୍କ କାର୍ଯ୍ୟକାଳ ମଧ୍ୟରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢ଼ିଥିଲା। ବୈଧ ଅନୁପ୍ରବେଶ ଉପରେ ଆମେ ରୋକ ଲଗାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ସମ୍ବୋଧନରେ ପ୍ରକାଶ କରିଛନ୍ତି। ଆମେରିକା ଫେରି ଆସିଛି ଏବଂ ତାଙ୍କ ପ୍ରଶାସନ ଏବେ କାର୍ଯ୍ୟ ଆରମ୍ଭ କରିଛି ବୋଲି ଟ୍ରମ୍ପ କହିଛନ୍ତି।

- Advertisement -

ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭ ହେବା ପରଠାରୁ ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଚୀନ୍, ମେକ୍ସିକୋ ଏବଂ କାନାଡା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ସରକାରୀ ଖର୍ଚ୍ଚ ହ୍ରାସ କରିବା ଅଭିଯାନର ଅଂଶ ଭାବରେ ହଜାର ହଜାର ସଂଘୀୟ କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି ଏବଂ ଓଭାଲ୍ ଅଫିସରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସକିଙ୍କୁ ନିନ୍ଦା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories