www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମ୍ୟାଚ୍

କରାଚି  : ଆଇସିସି ଚମ୍ପିଆନ୍‌ସ ଟ୍ରଫି କ୍ରିକେଟ ନବମ ସଂସ୍କରଣ-୨୦୨୫ରେ ଆଜି କରାଚିର ନ୍ୟାଶନାଲ ଷ୍ଟାଡ଼ିୟମରେ ଗ୍ରୁପ-ବି ର ​‌ଶେଷ ଲିଗ୍‌ ମ୍ୟାଚ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ​ଖେଳାଯିବ। ଉକ୍ତ ମ୍ୟାଚ ଇଂଲଣ୍ଡ ପାଇଁ ସମ୍ମାନର ପ୍ରଶ୍ନ ଥିବାବେଳେ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ବପୂର୍ଣ୍ଣ।
ଜୋଶ ବଟ୍‌ଲରଙ୍କ ନେତୃତ୍ବାଧିନ ଇଂଲଣ୍ଡ ପ୍ରଥମ ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ନିକଟରୁ ପରାଜିତ ହୋଇ ପ୍ରତିଯୋଗିତାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ବାତିଲ ସହ ୩ ପଏଣ୍ଟ ପାଇଛି। ଦଳର ସେମିଫାଇନାଲ ରାସ୍ତା ଝୁଲି ରହିଛି। ଶୁକ୍ରବାର ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମ୍ୟାଚ ବର୍ଷା ପାଇଁ ବାତିଲ ହେବା ପରେ ଉଭୟ ଦଳଙ୍କୁ ୧ ପଏଣ୍ଟ ଲେଖାଏଁ ମିଳିଛି। ଫଳରେ ଆଫଗାନିସ୍ତାନର ପଏଣ୍ଟ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗ୍ରୁପରୁ ଅଷ୍ଟ୍ରେଲିଆ ୪ ପଏଣ୍ଟ ପାଇ ସେମିଫାଇନାଲରେ ପହଞ୍ଚି ସାରିଥିବାବେଳେ ଏବେ ଆଫଗାନିସ୍ତାନ ଓ ଇଂଲଣ୍ଡର ଭାଗ୍ୟ ଝୁଲି ରହିଛି। ଦକ୍ଷିଣ ଆଫ୍ରିକା ଯଦି ଇଂଲଣ୍ଡକୁ ପରାସ୍ତ କରେ ତେବେ ସିଧାସଳଖ ସେମିଫାଇନାଲକୁ ଯିବାବେଳେ ଆଫଗାନିସ୍ତାନ ବାଦ୍‌ ପଡ଼ିବ। ଯଦି ଉକ୍ତ ମ୍ୟାଚରେ ଇଂଲଣ୍ଡ ବିଜୟୀ ହୁଏ ତେବେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନର ପଏଣ୍ଟ ସଂଖ୍ୟା ସମାନ ରହିବ। ଏଭଳି ସ୍ଥିତିରେ ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ରନରେଟ୍‌ ଆଭରେଜରେ ସେମିଫାଇନାଲକୁ ଉନ୍ନୀତ ହେବ। ତାରକା ବ୍ୟାଟ୍‌ସମ୍ୟାନ ହେନରିକ କ୍ଲାସେନ ସୁସ୍ଥ ହେବା ଦକ୍ଷିଣ ଆଫ୍ରିକାକୁ ଆଶ୍ବସ୍ତି କରିଛି। ଆଫଗାନିସ୍ତାନ ବିପକ୍ଷରେ ରିୟାନ ରିକେଲଟନ ଶତକ, ଅଧିନାୟକ ତାମ୍ବେ ବଭୁମା, .ଐଡେନ ମାର୍କରାମ ଓ ରାଶି ଭାନ ଡାର ଡୁସେନ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ କାଗିସୋ ରାବଡା, ମାର୍କୋ ୟାନସେନ, ଲୁଙ୍ଗି ଏନ୍‌ଗିଡ଼ି ଓ କେଶବ ମହାରାଜ୍‌ ରହିଛନ୍ତି। ଉଭୟ ବିଭାଗରେ ଦକ୍ଷିଣ ଆଫ୍ରିକା ସନ୍ତୁଳିତ ପ୍ରଦର୍ଶନ କରୁଛି। ଇଂଲଣ୍ଡକୁ ପରାସ୍ତ କରିବା ନେଇ ଦଳ ଆଶାବାଦୀ ରହିଛି।
ଅନ୍ୟପକ୍ଷରେ ଇଂଲଣ୍ଡ ପ୍ରଥମ ଦୁଇ ମ୍ୟାଚରେ ବ୍ୟାଟିଂ ଅପେକ୍ଷା ବୋଲିଂରେ ଦୟନୀୟ ପ୍ରଦର୍ଶନ କରିଛି। ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୧ ରନ କରି ପରାଜିତ ହୋଇଥିବାବେଳେ ଆଫଗାନିସ୍ତାନ ୩୨୫ରନ କରିବାକୁ ସକ୍ଷମ ହୋଇଥିଲା। ବ୍ୟାଟିଂରେ ବେନ ଡକେଟ ଓ ଜୋ ରୁଟ୍‌ଙ୍କୁ ଛାଡ଼ି ଅନ୍ୟ କେହି ସେଭଳି ପ୍ରଦର୍ଶନ କରିପାରିନାହାନ୍ତି। ଡକେଟ ଅଷ୍ଟ୍ରେଲିଆ ବିପକ୍ଷରେ ୧୬୫ ରନ କରିଥିଲେ। ରୁଟ୍‌ ଦୁଇଟି ମ୍ୟାଚରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୧୮୮ରନ କରିଛନ୍ତି। ବୋଲିଂରେ ଜେଫ୍ରା ଆର୍ଚର, ମାର୍କ ଉଡ୍‌, ଆଦିଲ ରସିଦ ରହିଛନ୍ତି। କିନ୍ତୁ ଦଳ ବୋଲିଂରେ ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରୁନାହିଁ। ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଇଂଲଣ୍ଡ ଉକ୍ତ ମ୍ୟାଚକୁ ଜିତି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ନିଶ୍ଚିତ ଉଦ୍ୟମ କରିବ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories