www.samajalive.in
Wednesday, December 10, 2025
15.1 C
Bhubaneswar

ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଟ୍ରଲର ଜବତ, ୯ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡା: ବନ ବିଭାଗକୁ ବଡ ସଫଳତା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବେଆଇନ ଭାବେ ମାଛ ଧରୁଥିବା ସମୟରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ମା ଦୀପନିତା ନାମକ ଟ୍ରଲରକୁ ଜବତ କରିଛି। ଏବଂ ୯ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଜବତ ଟ୍ରଲରରୁ ଦୁଇଟି ଭିଏଚଏଫ, ଗୋଟିଏ ଜିପିଏସ, ଗୋଟିଏ ଫିସ୍ ଫାଇଣ୍ଡର, ବାରଟି ଜାଲ , ଦୁଇଟି ମୋବାଇଲ ସହ ୨୦ କିଣ୍ଟାଲ ମାଛ ଜବତ କରିଛି । ଗିରଫ ମତ୍ସ୍ୟଜୀବୀମାନେ ହେଲେ ମାନସ କୁଣ୍ଡ, ବାଦଲ ଚନ୍ଦ୍ର ପାଲ, କାର୍ତ୍ତିକ ଦାସ, ତପନ ଜାନା, ଶଙ୍କର ଗିରି, ଶିବଶଙ୍କର ସାହୁ, ଝାଡେଶ୍ବର ଭୂୟାଁ, ସୁବ୍ରତ ମିସ୍ତ୍ରୀ, ବିଦ୍ୟୁତ ପରମାଣିକ । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories