www.samajalive.in
Tuesday, December 9, 2025
23.1 C
Bhubaneswar

ସେବାୟତ ଖସି ପଡିବା ଘଟଣା ; ଏମିତି କହିଲେ ମନ୍ଦିର ସୁପରଭାଇଜର

ଭୁବନେଶ୍ୱର : ମହାଦୀପ ଉଠିବା ବେଳେ ସେବାୟତ ଖସି ପଡ଼ିବା ଘଟଣାରେ ସେବାୟତଙ୍କ ପୁଅ ପ୍ରଶାସନକୁ ଦାୟୀ କରିଥିବା ବେଳେ ମନ୍ଦିର ସୁପରଭାଇଜର ପ୍ରତିକ୍ରିୟା ରଖି କହିଛନ୍ତି, ମହାଦୀପ ଉଠିବା ବେଳେ ଆଜି ଯାଏଁ କେବେ ମନ୍ଦିର ତଳେ ବାଲି ପଡେ ନାହିଁ। ଏଭଳି ହେବା କଦାପି ସେ ଦେଖି ନାହାଁନ୍ତି ବୋଲି କହିଛନ୍ତି । ସେବାୟତଙ୍କ ପୁଅ ବାଲି କଥା କାହିଁକି କହିଲେ ଜାଣନ୍ତି ନାହିଁ ବୋଲି ସୁପରଭାଇଜର ତଥା ସେବାୟତ ରାଜକିଶୋର ମହାପାତ୍ର କହିଛନ୍ତି।
ଆଜି ଯାଏଁ ଏପରି ଅଘଟଣ କେବେ ଘଟିନଥିବା ବେଳେ ଏହା କିଛି ଅଶୁଭ ସଂକେତ ଦେଉଛି। ଜାଗର ଇତିହାସ କିମ୍ବା ଚତୁର୍ଦଶୀ ଇତିହାସ ଏପରି ଘଟଣା କେବେ ମଧ୍ୟ ଘଟି ନାହିଁ । ଏହା ବିପତ୍ତିର ସଂକେତ। ସେବାୟତଙ୍କ ବିଶ୍ବାସ ଅନୁସାରେ କିଛି ଅନୀତି, ଗର୍ବ, ଅହଙ୍କାର ନଚେତ୍‌ ନୀତିରେ ଖାମଖିଆଲି ଯୋଗୁ ଏପରି ହୋଇଛି ବୋଲି ବିଶ୍ୱାସ ରହିଛି।
କିନ୍ତୁ ଆହତ ହୋଇଥିବା ସେବାୟତ ଯୋଗେନ୍ଦ୍ର ସମର୍ଥା ମନ୍ଦିରର ଜଣେ ବରିଷ୍ଠ ଅଭିଜ୍ଞ ସେବାୟତ । ସେ ଅତି ନିଷ୍ଠା ସହ ପ୍ରତି ପାଳି ଓ ସେବା କରିଥାନ୍ତି। ତାଙ୍କ ସହ ଏପରି ହେବା ବହୁତ କଷ୍ଟ ଦେଇଛି। ମନ୍ଦିର ସେବାୟତ ନିଯୋଗ ଆସନ୍ତା କାଲି ଏକାଠି ବସି ଏହି ଅଘଟଣର ସମୀକ୍ଷା କରାଯିବ।

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

ଦେଖନ୍ତୁ ଭିଡିଓ ; ପାଇଖାନାରେ ଥିଲେ ଯୁବକ, ହଠାତ୍‌ ବାହାରିଲା ବିଷଧର ସାପ, ଆଉ ତା’ପରେ..

- Advertisement -

କିଟ୍‌ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା; ଉଚ୍ଚସ୍ତରୀୟ କମିିଟି ସମ୍ମୁଖରେ ୬ କର୍ମଚାରୀ ହାଜର

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories