ଭୁବନେଶ୍ୱର : ପୁଣି ଥରେ ରାଜଧାନୀ ଭୁବନେଶ୍ୱରୁ ଆଉ ଜଣେ ଶିଶୁ ଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଖବର ମଙ୍ଗଳବାର ସାମ୍ନାକୁ ଆସିଛି । ୮ ବର୍ଷର ଶିଶୁକୁ ଅପହରଣ ପରେ କିଛି ଘଣ୍ଟା ଭିତରେ ଉଦ୍ଧାର କରାଯାଇଛି । ଏୟାରଫିଲ୍ଡ ଥାନା ପଞ୍ଚଗାଁ ନିକଟରୁ ପୁଲିସ ଅପହରଣ ଶିଶୁକୁ ଉଦ୍ଧାର କରିଛି । ମୁଣ୍ଡରେ ବନ୍ଧୁକ ଲଗାଇ କଳା କାର୍ରେ ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପହର୍ତ୍ତାମାନେ ୨୦ ଲକ୍ଷ ଟଙ୍କା ମାଗିଥିଲେ । ୩ଟି ପୁଲିସ ଟିମ୍ର ତ୍ୱରିତ ପଦକ୍ଷେପ ଯୋଗୁଁ ପିଲାଟିକୁ ଉଦ୍ଧାର କରାଯାଇଛି । ସ୍କୁଲ୍ରୁ ଫେରିବା ବେଳେ ପିଲାଟିକୁ ଅପହରଣ କରାଯାଇଥିଲା ।
ସୂଚନା ଯୋଗ୍ୟ, ଗତ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୃତ୍ତ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରି ନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ।
ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍



