ଭୁବନେଶ୍ୱର : ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ । ଏନେଇ ମଙ୍ଗଳବାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଆଗୁଆ ଗ୍ରୀଷ୍ମ ଛୁଟି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।
ପୂର୍ବରୁ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସକାଳୁଆ ସ୍କୁଲ ଅଛି । ଆବଶ୍ୟକ ପଡିଲେ, ଜିଲ୍ଲାପାଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ । ସାରା ଓଡିଶାରେ ଗ୍ରୀଷ୍ମ ପରିସ୍ଥିତି ପାଇଁ ଖୁବ୍ ଶୀଘ୍ର ସମୀକ୍ଷା କରାଯିବ । ଦିନେ ଦୁଇ ଦିନ ମଧ୍ୟରେ ଆଲୋଚନା ହୋଇ ନିର୍ଦ୍ଦେଶାବଳୀ ଜାରି କରାଯିବ । ଆଗକୁ ତାପମାତ୍ରା ଅଧିକ ବୃଦ୍ଧି ପାଇପାରେ, ଏହାକୁ ଦୃଷ୍ଟିରେ ରଖି ସରକାର ବ୍ୟବସ୍ଥା କରୁଛନ୍ତି । ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ସ୍ୱତନ୍ତ୍ର ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଅଜବ ରେସ୍ତୋରାଁ ; ଏଠାରେ ମିଳେ ହାତୀ ଗୋବରରେ ପ୍ରସ୍ତୁତ ମିଠା, ଆଶ୍ଚର୍ଯ୍ୟ କରିବ ଦାମ୍



