ସମାଜ ଡିଜିଟାଲ ଡେସ୍କ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ସାକ୍ଷାତକାର ରାଉଣ୍ଡରେ ସାମିଲ ହୋଇଥିବା ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in ଏବଂ upsconline.gov.inକୁ ଯାଇ ନିଜ ରେଜଲ୍ଟ ଦେଖିପାରିବେ। ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ଚୟନ କରାଯାଇଛି। ଶକ୍ତି ଦୁବେ ଆଇଏଏସ୍-୨୦୨୪ର ଟପ୍ପର ହୋଇଛନ୍ତି। ସେହିପରି ଦ୍ଵିତୀୟ ସ୍ଥାନରେ ହର୍ଷିତା ଗୋୟଲ ଓ ତୃତୀୟରେ ରହିଛନ୍ତି ଡୋଙ୍ଗ୍ରେ ଅର୍ଚ୍ଚିତ ପରାଗ। ଓଡ଼ିଶାର ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି।



