କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରେ ଶନିବାର ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଓ ଜିଆରପି, ସ୍ଥାନୀୟ ପୁଲିସ ମିଳିତ ଭାବରେ ଛଡାଉ କରି ପୂର୍ବରୁ ଥିବା ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟଙ୍କ ପୁରୁଣା ପରିତ୍ୟକ୍ତ କୋଠା ପଛପଟ ଏକ କୋଠରୀରୁ ବିପୁଳ ପରିମାଣରେ ବିଦେଶୀ ମଦ ବିଅର ଜବତ କରିଛି। ଜବତ ବିଦେଶୀ ମଦ ମଧ୍ୟରେ ନାମିଦାମୀ ମଦ କମ୍ପାନୀର ବିଅର ଥିବା ଜଣାପଡିଛି। ଜବତ ସମୟରେ କେହି ମଦ ବ୍ୟବସାୟୀ ଧରା ପଡ଼ିନଥିବା ଯୋଗୁଁ ଅବକାରୀ ଥାନା ମାମଲା ରୁଜୁ କରି ତଦନ୍ତ କରୁଛି।
Popular Categories



