www.samajalive.in
Sunday, December 14, 2025
19.1 C
Bhubaneswar

ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଜଗନ୍ନାଥ ମନ୍ଦିର ପରିସରରେ ବ୍ଲକ ବ୍ରାହ୍ମଣ ସମାଜର ବୈଠକ ଅନୁଷ୍ଠିତ ହୋଇଛି। ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶରତ ଚନ୍ଦ୍ର ପାଢ଼ୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ସମାଜର କିପରି ଉନ୍ନତି କରାଯିବ ସେ ବିଷୟରେ ଆଲୋଚନା କରିଥିଲେ। ପୁରୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ବ୍ରାହ୍ମଣ ସଂସଦ ନିମନ୍ତେ ବ୍ଲକ ସମାଜ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଲୋଚନା କରାଯାଇଛି। ଯୁବ କମିଟି ମଧ୍ୟ ଗଠନ କରାଯାଇଛି। ସୁନୀଲ ପରିଚ୍ଛ।, ଚନ୍ଦନ ଖାଡଙ୍ଗା, ଅରୁଣ ମୁନି, ସୁରେଶ କୁମାର ପାଢୀ, ଶରତ ପଣ୍ଡା, ଅଶ୍ୱିନୀ ମୁନି, ନିତ୍ୟାନନ୍ଦ ପାଢ଼ୀ, ବୁନା ପାଢ଼ୀ, ବଳଭଦ୍ର ତ୍ରିପାଠୀ, ଅଜିତ ପାଣିଗ୍ରାହୀ ପ୍ରମୁଖଙ୍କୁ ଚୟନ କରାଯାଇଛି। ଏଥିରେ କାର୍ଯ୍ୟକାରିଣୀ ସଭାପତି ନରସିଂହ ପାଢ଼ୀ, ସମ୍ପାଦକ ନରସିଂହ ନାଥ ମହାପାତ୍ର, ଉପସଭାପତି ପରକ୍ଷିତ ପାଣିଗ୍ରାହୀ, କୋଷାଧକ୍ଷ ହରିହର ମିଶ୍ର ସମେତ ବହୁ ବ୍ରାହ୍ମଣ ଦେବତା ଉପସ୍ଥିତ ରହିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories