ପୋଖରୀରେ ବୁଡି ୨ ନାବାଳକ ମୃତ

ଲମତାପୁଟ : ନୂଆ ଖୋଳା ଯାଇଥିବା ପୋଖରୀରେ ବୁଡି ୨ ନାବାଳକ ମୃତ । ମାଛକୁଣ୍ଡ ଥାନା ଆଉଡିପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ୨ ନାବାଳକଙ୍କ ବୟସ ୧୨ ଓ ୧୪ ବର୍ଷ ବୋଲି ଜଣାପଡିଛି । ଉଭୟ ନାବାଳକ ନୂଆ ଖୋଳାଯାଇଥିବା ଏକ ପୋଖରୀରେ ବୁଡିଯାଇଥିଲେ । ଖୋଜାଖୋଜି ପରେ ଉଭୟଙ୍କ ମୃତଦେହ ମିଳିଥିଲା । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.