ଡେସ୍କ: କିଟ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତ ପୁରୁଷ ବନ୍ଧୁର ଆଜି ଭଏସ ସ୍ପେକ୍ଟୋଗ୍ରାଫି ପରୀକ୍ଷା କରାଯିବ ବୋଲି ଜଣାପଡିଛି। ରାଜ୍ୟ ଫୋରେନସିକ ବିଭାଗ ଦ୍ୱାରା ଏହି ଭଏସ ସ୍ପେକ୍ଟୋଗ୍ରାଫି ପରୀକ୍ଷା କରାଯିବ। ସମ୍ପୃକ୍ତ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ପୁରୁଷ ବନ୍ଧୁ ଜଣକ ଲୁଚି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ହେବାର କିଛି ସମୟ ପରେ ଏକ ଭଏସ ବାଇଟ ଭାଇରଲ ହୋଇଥିଲା। ସେଥିରେ ପ୍ରକୃତି ଲାମସାଲ ଓ ଲକ୍ଷ୍ନୌ ନିବାସୀ ପୁରୁଷ ବନ୍ଧୁ (୨୧ ବର୍ଷୀୟ) ଆଦ୍ବିକ ଶ୍ରୀବାସ୍ତବଙ୍କ ମଧ୍ୟରେ କଥାବାର୍ତା ରହିଛି। ପୁରୁଷ ବନ୍ଧୁ ଜଣଙ୍କ ଅତ୍ୟନ୍ତ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଜଣାପଡିଛି। ତେବେ ସେହି କଥାବାର୍ତ୍ତା ପ୍ରକୃତି ଏବଂ ଆଦ୍ବିକଙ୍କର କି ନୁହେଁ ତାହା ପରୀକ୍ଷା କରାଯିବ।
କିଟ୍ ଛାତ୍ରୀ ଆତ୍ମହତ୍ୟା ଘଟଣା, ପୁରୁଷ ବନ୍ଧୁଙ୍କ ହେବ ଭଏସ ସ୍ପେକ୍ଟୋଗ୍ରାଫି ପରୀକ୍ଷା
ଭଏସ୍ ସ୍ପେକ୍ଟ୍ରୋଗ୍ରାଫି କଣ?
Popular Categories



