www.samajalive.in
Sunday, December 7, 2025
15.1 C
Bhubaneswar

ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ଆପଣଙ୍କ ଦିନ: ଗୁରୁବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଆତ୍ମବାଦୀ ହେବେ। ସମତ୍ବଭାବ ଅନ୍ତରରେ ବିକଶିତ କରି ପରମାତ୍ମାଙ୍କ କରୁଣା ଓ ଅନୁଗ୍ରହ ପ୍ରାପ୍ତ ହେବେ। ଧନ, ଜନ, ଗୋପ, ଲକ୍ଷ୍ମୀଯୁକ୍ତ ଓ ସର୍ବତ୍ର ବିଜୟୀ ହେବେ।
ବୃଷ: ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ସକଳ ସୃଜନୀକୁ ଲୋକଲୋଚନକୁ ଆଣିପାରନ୍ତି। ଧନାଗମ ପାଇଁ ଅହରହ ଉଦ୍ୟମ ଫଳବତୀ ହେବ। କର୍ତ୍ତବ୍ୟ ପଥରେ ଆରୁଢ଼ ହୋଇ ଜୀବନକୁ ଯଜ୍ଞମୟ କରିପାରନ୍ତି।
ମିଥୁନ: ପ୍ରେମର ବନ୍ଧନ ଉଷ୍ମ ରହିବ। ସାମାଜିକ ଦାୟିତ୍ବବୋଧ ଓ ପରିବାରର ସଂଜ୍ଞା ଦେଦିପ୍ୟମାନ ଆଲୋକବର୍ତ୍ତିକା ହେବ। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାରରେ ପରିବର୍ତ୍ତନ ସହ ଆତ୍ମସଂଯମୀ ହେବେ। ସୁସ୍ଥ ରହିବେ।

କର୍କଟ:ଅହଂକାର ଶୂନ୍ୟ ହେଲେ ସାଧନା ଫଳବତୀ ହେବ। ନିଜ ମନରେ ସାହସ ଓ ଆତ୍ମପ୍ରତ୍ୟେୟ ସୃଷ୍ଟି ହେଲେ ଲକ୍ଷ୍ୟସ୍ଥଳରେ ନିର୍ବିଘ୍ନରେ ଉପନୀତ ହେବ। ସାଧୁ, ସନ୍ଥଙ୍କୁ ଆତିଥ୍ୟ ପ୍ରଦାନକରି ସତ୍କାର କରିବେ।
ସିଂହ: ସମସ୍ୟାର ସମ୍ମୁଖୀନ ହେବା ହିଁ ତା’ର ସମାଧାନ। ଐକାନ୍ତିକ ଅଭିନିବେଶ ଥିବାରୁ ସଫଳତାର ଆଶା ଫଳବତୀ ହେବ। ରାଜ କୃପା ଲାଭ କରିପାରନ୍ତି। ବଣ ମଲ୍ଲୀ ହେଲେ ବି ସହରାଞ୍ଚଳକୁ ସୁବାସିତ କରିବେ।

- Advertisement -

କନ୍ୟା: ପରସ୍ପର ସ୍ନେହବନ୍ଧନ ରହିଲେ ଘର ବୈକୁଣ୍ଠ ସମାନ ହେବ। ନିସ୍ପୃହ୍ୟ ଜ୍ଞାନର ମହାସାଗର ହେବେ। ଜ୍ଞାନାଲୋକକୁ ଉନ୍ମୀଳନ କରି ପଥଚାରୀଙ୍କ ବନ୍ଧୁର ପଥକୁ ଉଜ୍ଜ୍ବଳମୟ କରିବେ। ଦୟାଧର୍ମରେ ଦୀକ୍ଷିତ ହେବେ।
ତୁଳା: ମହତ୍‌ରୁ ମହିୟାନ୍‌ ହେବେ। ବିବେକୀ, ବୁଦ୍ଧିମାନ ଦୂରଦୃଷ୍ଟିସମ୍ପନ୍ନ ହୋଇପାରନ୍ତି। ସପତ୍ନୀକ ଦାନଧର୍ମରେ ଦୀକ୍ଷିତ ହେବେ। ଶୂର, ବୀରତା ପ୍ରଦର୍ଶନ କରିବେ। ମହନୀୟ ରାଜପଦ ଅତୁଳସମ୍ପଦ ଲାଭ ହେବ।
ବିଛା: ଆଜି ଦିନ ଭିତରେ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଦୁସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ତ୍ୟାଗ, ଦୟା, କ୍ଷମା, ପରୋପକାର, ନମ୍ରତା, ନିରହଂକାର ଭବ ଆଦି ଦେବୋପମ ଗୁଣାବଳୀ ପ୍ରକଟିତ କରିପାରନ୍ତି।
ଧନୁ: ସେବା ଭାବନାରେ ନିମଗ୍ନ ହୋଇପାରନ୍ତି। ଧର୍ମକୁ ଜୀବନର ଆଧାର କରିବେ। କେବଳ ସାଧନାରୁ ମିଳିବ ଶାଶ୍ବତ ସୁଖ। ଅସୀମିତ ତୃଷ୍ଣା ମେଣ୍ଟାଇବାକୁ ହେଲେ ତ୍ୟାଗପୂତ ମନୋବୃତ୍ତିର ହେବେ।
ମକର: ଆପଣଙ୍କ ବୁଝିବା ଶକ୍ତି, ଶ୍ରେୟ ମାର୍ଗର ଜ୍ଞାନ ଓ ଇନ୍ଦ୍ରିୟମାନଙ୍କ ଉପରେ ନିୟନ୍ତ୍ରଣ ଥିବାରୁ ଉପୁଜିଥିବା ବିପଜ୍ଜନିତ ସମସ୍ୟାର ସୁସମାଧାନ କିମ୍ବା ନିୟନ୍ତ୍ରଣ କରିପାରିବେ। ଶତ୍ରୁମାନେ ପଛଘୁଞ୍ଚା ଦେବେ।

କୁମ୍ଭ : ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରି ପ୍ରଶଂସାର ପାତ୍ର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ସ୍ଥିତପ୍ରଜ୍ଞତା ଦୃଷ୍ଟିରୁ ସବୁ ଅସମ୍ଭବକୁ ସମ୍ଭବ କରିପାରିବେ।
ମୀନ: ଭକ୍ତିବଳରେ ଶକ୍ତିସମ୍ପନ୍ନ ହୋଇ ଅସାଧ୍ୟସାଧନ କରିପାରନ୍ତି। ନୂତନ ଯାନବାହନ କ୍ରୟ କରିପାରନ୍ତି। ଉଦାର ଚରିତ ଓ ଊଦାର ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ଜୀବନ ବିତାଇବେ। ସୁଖୀ ହେବେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories