www.samajalive.in
Saturday, December 6, 2025
23.1 C
Bhubaneswar

ଅଧା ରହିଲା ମହାକୁମ୍ଭ ସ୍ନାନ ; ମର୍ମନ୍ତୁଦ ଦୁର୍ଘଟଣାରେ ୮ ମୃତ

ଜୌନପୁର : ଉତ୍ତରପ୍ରଦେଶର ଜୌନପୁରରେ ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ଘଟିଛି। କୁମ୍ଭମେଳାକୁ ଯାଉଥିବା ଏକ ବସ୍‌ ଟ୍ରକ୍‌କୁ ଧକ୍କା ଦେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସମାନ ସ୍ଥାନରେ ଆଉ ଏକ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୩ ଜଣଙ୍କ ଜୀବନ ଚାଲିଯାଇଛି ।
୨ଟି ଦୁର୍ଘଟଣାଗ୍ରସ୍ତ ଗାଡି ମଧ୍ୟରୁ ଗୋଟିଏ ଗାଡି ମହାକୁମ୍ଭରୁ ଫେରୁଥିବା ବେଳେ ଅନ୍ୟଟିରେ ଶ୍ରଦ୍ଧାଳୁ ମହାକୁମ୍ଭକୁ ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଦୁର୍ଘଟଣାରେ ୮ ଶ୍ରଦ୍ଧାଳୁଙ୍କ ଜୀବନ ଚାଲି ଯାଇଛି। ଏହାସହ ୪୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୌନପୁର ଜିଲା ବଦଲାପୁର ଥାନା କ୍ଷେତ୍ରରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନାନୁଯାୟୀ, କୁମ୍ଭ ସ୍ନାନ ପରେ କାଶୀ ଓ ଅଯୋଧ୍ୟା ଅଭିମୁଖେ ଗାଡି ଯାଉଥିଲା। ଖବର ପାଇ ପୁଲିସ ଓ ସ୍ଥାନୀୟଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଜବରଦସ୍ତ ଫିଚର୍‌ ; ମାତ୍ର ଗୋଟିଏ କ୍ଲିକ୍‌, ହ୍ୱାଟ୍ସଆପ୍‌ରେ ଲକ୍‌ ହୋଇଯିବ ଚାଟ୍‌..

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories