www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ; କେମିତି ହଠାତ୍‌ କ୍ଲିନିକ୍‌ରେ ଆକ୍ରମଣ କରି ଯୁବକଙ୍କୁ କ୍ଷତାକ୍ତ କଲା କୁୁକୁର.. 

ନୂଆଦିଲ୍ଲୀ : ପଶୁ ଚିକିତ୍ସା କ୍ଲିନିକ୍‌ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭିଡିଓଟି ଭୟଭୀତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଏହାସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଏକ କୁୁକୁର କ୍ଲିନିକ୍‌ରେ ବସିଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ଉପରେ ହଠାତ୍‌ ଆକ୍ରମଣ କରୁଛି । ଏହି ଘଟଣା କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ । ଏକ୍ସରେ ଶେୟାର କରାଯାଇଥିବା ଏହି ଭିଡିଓ ଦେଖି ଯେ କେହି ମଧ୍ୟ ଭୟଭୀତ ହୋଇ ଯିବେ । କୁୁକୁର ଆକ୍ରମଣର ଏହି ଭିଡିଓ ପୋଷା କୁୁକୁର ଠାରୁ ମଧ୍ୟ ସାବଧାନ ରହିବା ପାଇଁ ସୂଚନା ଦେଉଛି । କୁକୁର ଆକ୍ରମଣର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ଭିଡିଓଟି ୧୧ ଫେବୃଆରୀ ୨୦୨୫ରେ ଭାଇରାଲ୍‌ ହୋଇଛି ।

- Advertisement -

ଭିଡିଓରେ ଦେଖିପାରିବେ, ପଶୁ ଚିକିତ୍ସା କ୍ଲିନିକ୍‌ରେ ୨ ଜଣ ବସିଛନ୍ତି । ସେହି ସମୟରେ କୁକୁରଟି ଜଣେ ଯୁବକଙ୍କ ନିକଟକୁ ଯାଉଛି । ତାଙ୍କ ସହ ଖେଳିବାକୁ ମଧ୍ୟ ଲାଗୁଛି । ଖେଳିବା ପରେ ହଠାତ୍‌ କୁକୁରଟି ଯୁବକଙ୍କ ଉପରେ ଆକ୍ରମଣ କରୁଛି । ଯୁବକ ଜଣକ ଅନେକ ଚେଷ୍ଟା କରି କୁୁକୁରକୁ ବାହାରକୁ ନେଉଛନ୍ତି । କୁୁକୁରଟି ଯୁବକଙ୍କ ହାତକୁ କାମୁଡି କ୍ଷତାକ୍ତ କରିଥିବା ଦେଖାଯାଉଛି । ଅନ୍ୟ ଜଣେ ଯୁବକ କୁୁକୁର ଆକ୍ରମଣ କରିବା ମାତ୍ରେ ସେଠାରୁ ପଳାଇ ଯାଉଛନ୍ତି। ଭିଡିଓ ଭାଇରାଲ୍‌ ହେବା ପରେ ଲକ୍ଷ ଲକ୍ଷ ଲୋକେ ଏହାକୁ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories