www.samajalive.in
Monday, December 8, 2025
27.1 C
Bhubaneswar

ତାମିଲ ଭାଷାର ବିଲୋପ କରିବ ହିନ୍ଦୀ: ଉଦୟନିଧି ଷ୍ଟାଲିନ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ତାମିଲ ଭାଷାକୁ ବିଲୋପ କରିଦେବ। ଉତ୍ତର ଭାରତୀୟ ଭାଷାଗୁଡ଼ିକୁ ହିନ୍ଦୀ ଯେପରି ନଷ୍ଟ କରିଛି, ଠିକ ସେହିପରି ତାମିଲ ଭାଷାକୁ ବି ନଷ୍ଟ କରିଦେବ​‌ ବୋଲି କହିଛନ୍ତି ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ।

କେନ୍ଦ୍ରୀୟ ବଜେଟରେ ତାମିଲନାଡୁ ପାଇଁ ଅର୍ଥ ବ୍ୟୟବରାଦ କରା ନ ଯିବା ଏବଂ ଶିକ୍ଷା କ୍ଷେତ୍ର ପାଇଁ ପାଣ୍ଠି ନ ଦେବା ସହିତ ବିଭିନ୍ନ ପ୍ରସଙ୍ଗରେ ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକ ବିଜେପି ସରକାର ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଉଦୟନିଧି କହିଛନ୍ତି, ହିନ୍ଦୀ ଭାଷା ଆମ ଆଞ୍ଚଳିକ ଭାଷାଗୁଡ଼ିକୁ ନଷ୍ଟ କରିଦେଇଛି। ରାଜସ୍ଥାନୀ, ହରିୟାଣଭୀ, ଭୋଜପୁରୀ ଏବଂ ଅନ୍ୟାନ୍ୟ ବିହାରୀ ଭାଷାଗୁଡ଼ିକ ବିଲୋପ ହୋଇଗଲାଣି। ସେହି ଅଞ୍ଚଳଗୁଡ଼ିକରେ ଏବେ ହିନ୍ଦୀ ପ୍ରମୁଖ ଭାଷା ପାଲଟିଛି। ତାମିଲନାଡୁରେ ଯଦି ହିନ୍ଦୀ ଭାଷାକୁ ବଳପୂର୍ବକ ଭାବେ ଲାଗୁ କରାଯାଏ ତେବେ ତାମିଲ ଭାଷାର ମଧ୍ୟ ବିଲୋପ ଘଟିବ। ୯୯% ତାମିଲ ଯେଉଁମାନେ ବର୍ତ୍ତମାନ ବିଦେଶ ଏବଂ ଇସ୍ରୋ ଭଳି ପ୍ରମୁଖ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି ସେମାନେ ତାମିଲନାଡୁର ସରକାରୀ ସ୍କୁଲରେ ଅଧ୍ୟୟନ କରିଛନ୍ତି ଏବଂ ହିନ୍ଦୀ ପଢ଼ିନାହାନ୍ତି। ବିଗତ ୧୦୦ ବର୍ଷ ହେବ ତାମିଲନାଡୁରେ ୨ଟି ପ୍ରସଙ୍ଗକୁ ନେଇ ବିରୋଧ ଜାରି ରହିଛି। ଗୋଟିଏ ହେଉଛି ଶିକ୍ଷା ଏବଂ ଅନ୍ୟଟି ହିନ୍ଦୀ ଭାଷା ଲାଗୁ କରିବା। ତେଣୁ ସମସ୍ତେ ଏକାଠି ହୋଇ ଆଞ୍ଚଳିକ ଭାଷାର ସୁରକ୍ଷା ପାଇଁ ଗୁରୁତ୍ଵ​‌ ଦେବା ଜରୁରୀ ବୋଲି ଉଦୟନିଧି କହିଛନ୍ତି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories