www.samajalive.in
Monday, December 8, 2025
24.1 C
Bhubaneswar

ଦାୟିତ୍ଵ ଗ୍ରହଣ କଲେ ନବନିଯୁକ୍ତ ସିଇସି, କହିଲେ- ‘ନିର୍ବାଚନ ଆୟୋଗ ଭୋଟରଙ୍କ ସହ ଥିଲା, ଅଛି ଓ ରହିବ’

ନୂଆଦିଲ୍ଲୀ: ଦାୟିତ୍ଵ ଗ୍ରହଣ କଲେ ଦେଶର ନୂଆ ମୁଖ୍ୟ ନିର୍ବାଚନ ଆୟୁକ୍ତ(ସିଇସି)। ଆଇଏଏସ ଜ୍ଞାନେଶ କୁମାର ବୁଧବାର ୨୬ତମ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଜ୍ଞାନେଶ କୁମାର ୨୦୨୪ ମସିହା ମାର୍ଚ୍ଚ ମାସରୁ ନିର୍ବାଚନ ଆୟୁକ୍ତ ଭାବେ କାର୍ଯ୍ୟରତ ଥିଲେ ଏବଂ ସୋମବାର ତାଙ୍କୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ପଦୋନ୍ନତି ମିଳିଛି। ମଙ୍ଗଳବାର ରାଜୀବ କୁମାର ଅବସର ଗ୍ରହଣ କରିବାର ଗୋଟିଏ ଦିନ ପରେ ଜ୍ଞାନେଶ କୁମାରଙ୍କୁ ନିର୍ବାଚନ ଆୟୋଗର ପ୍ରମୁଖ ଦାୟିତ୍ୱ ଦିଆଯାଇଛି। ୨୦୨୯ ମସିହା ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

ନବନିଯୁକ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି, ‘‘ରାଷ୍ଟ୍ର ନିର୍ମାଣ ପାଇଁ ପ୍ରଥମ ପଦକ୍ଷେପ ହେଉଛି ମତଦାନ। ତେଣୁ ଭାରତର ପ୍ରତ୍ୟେକ ନାଗରିକ, ଯିଏ ୧୮ ବର୍ଷ ପୂରଣ କରିଛନ୍ତି ସେ ଜଣେ ମତଦାତା ହେବା ଉଚିତ ଏବଂ ସର୍ବଦା ମତଦାନ କରିବା ଉଚିତ୍। ଭାରତର ସମ୍ବିଧାନ, ନିର୍ବାଚନ ଆଇନ, ନିୟମ ଏବଂ ସେଥିରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ, ଭାରତର ନିର୍ବାଚନ ଆୟୋଗ ମତଦାତାଙ୍କ ସହ ଥିଲା, ଅଛି ଏବଂ ରହିବ।’’

- Advertisement -

ଏହା ବ୍ୟତୀତ ହରିୟାଣା କ୍ୟାଡରର ୧୯୮୯ ବ୍ୟାଚ୍ ଆଇଏଏସ ଅଧିକାରୀ ବିବେକ ଯୋଶୀ ମଧ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ବିବେକ ଯୋଶୀ(୫୮) ୨୦୩୧ ପର୍ଯ୍ୟନ୍ତ ଏହି ପଦବୀରେ ରହି କାର୍ଯ୍ୟ କରିବେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories