www.samajalive.in
Monday, December 8, 2025
13.1 C
Bhubaneswar

ଆଠ ମାସ ହେଲା ଅଚଳ ନେଟୱାର୍କ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣଗିରି ପଂଚାୟତରେ ଆଜକୁ ଆଠ ମାସ ହେଲା କାମ କରୁନି ବିଏସଏନଏଲ ନେଟୱର୍କ। ଫଳରେ ଗ୍ରାମବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଦାବି ସତ୍ବେ ସମସ୍ୟାର ସମାଧାନ କରାଯାଉ ନାହିଁ। ଉତ୍ୟକ୍ତ ଗ୍ରାମବାସୀ ବିଏସଏନଏଲ ଅଧିକାରୀଙ୍କୁ ଘେରାଉ କରି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୬ ମସିହାରୁ ସୁବର୍ଣ୍ଣଗିରିଠାରେ ବିଏସଏନଏଲ ଟାଓ୍ବାର ବସିଛି। କିନ୍ତୁ ଏହା ଠିକ ଭାବେ କାମ କରୁନାହିଁ। ଏବେ ପ୍ରାୟ ୮ ମାସରୁ ଉର୍ଦ୍ଧ ହେବ ବିଏସଏନଏଲ ନେଟୱାର୍କ ରହୁ ନଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୁବର୍ଣ୍ଣଗିରି, ପଜିକେରି, ଯାକେଶୀ, ବାଣ୍ଡିଗୁଡା, ରାମନିଗୁଡା, ଭୀଷ୍ମଗିରି, କାମ୍ବରପଙ୍ଗା, ଲୁଦୁ, କୁଟିଗୁଡା, ଗାଜିନାଜୁ, ମୁଚଡ଼ି, ବୁଡୁକି, କାହମଗୁଡା ଭଳି ଗ୍ରାମରେ ପ୍ରାୟ ୭ ହଜାର ଲୋକ ରହୁଛନ୍ତି। ନେଟୱାର୍କ ନ ଥିବାରୁ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ହେଉନାହିଁ। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ଡାକ୍ତରଖାନାକୁ ନେବାକୁ ଅସୁବିଧା ହେଉଛି। ଅନ୍ୟାନ୍ୟ ଅନଲାଇନ କାମ ମଧ୍ୟ ବାଧାପ୍ରାପ୍ତ ହେଉଛି। ଗ୍ରାମବାସୀ ଦୀର୍ଘ ଦିନ ଧରି ଅଭିଯୋଗ କରୁଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନାହାନ୍ତି। ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ବିଏସଏନ ଏଲର ଡିଟିଏମ ଏବଂ ଅନ୍ୟ ଅଧିକାରୀ ସୁବର୍ଣ୍ଣଗିରି ଯାଇଥିବା ବେଳେ ଉତ୍ୟକ୍ତ ଲୋକେ ତାଙ୍କୁ ଅଟକ ରଖିଥିଲେ। କାର୍ଯ୍ୟାଳୟ ଭିତରେ ଅଧିକାରୀମାନଙ୍କୁ ତାଲା ପକାଇ ଦେଇଥିଲେ ଗ୍ରାମବାସୀ। ଏ ନେଇ କୋଟଗଡ ଥାନାକୁ ଖବର ଯିବା ପରେ ନିକଟସ୍ଥ ସିଆରପିଏଫ କ୍ୟାମ୍ପରୁ ଯବାନମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ସଦେଶ୍ୱର ପାଟମାଝି, ସୁବଳ ବାଗା ନାୟକ, ପଞ୍ଚଦେବ ପାଟଗୁରୁ, ବସନ୍ତ ପାଣିଗ୍ରାହୀ, ହରିହର ବଡ଼ଟିଆ, ସରଜ ପାଟମାଝୀ, ମାନସ ବଡ଼ଟିଆ, ଅରବିନ୍ଦ କୁମାର ନାୟକ କହିଛନ୍ତି।

୨୭ ଫେବୃଆରୀରେ ଶକ୍ତିଶାଳୀ ଲକ୍ଷ୍ମୀ ନାରାୟଣ ରାଜଯୋଗ : ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବ ବିବାହ, ହେବେ ମାଲାମାଲ୍‌..

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories