www.samajalive.in
Monday, December 15, 2025
24.1 C
Bhubaneswar

ଜାତୀୟ ମହିଳା କମିଶନଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମହିଳା ଜନଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର : ମହିଳାମାନଙ୍କୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ, ଜାତୀୟ ମହିଳା ଆୟୋଗ “ଜାତୀୟ ମହିଳା କମିଶନ – ଆପଣଙ୍କ ଦ୍ୱାରରେ” ଶୀର୍ଷକ ଏକ ଜନ ଶୁଣାଣି ଆୟୋଜନ  କରୁଛନ୍ତି ।  ଏହି ଜନଶୁଣାଣି ୧୧ ଫେବୃଆରୀ, ୨୦୨୫ ଦିନ ଅପରାହ୍ନ ୨:୦୦ ଟାରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନର ଏକାମ୍ର ହଲରେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହଟକରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।

ମହିଳାମାନଙ୍କ ସହ ଜଡିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଜାତୀୟ ମହିଳା କମିଶନ ଦ୍ୱାରା ଆୟୋଜିତ ଏହି ଜନଶୁଣାଣିରେ ଜିଲ୍ଲା ମାଜିଷ୍ଟ୍ରେଟ, ପୋଲିସ ଅଧୀକ୍ଷକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିବେ। ଭୁବନେଶ୍ୱର ଏବଂ ଆଖପାଖ ସମସ୍ତ ସହରର ମହିଳାମାନେ କୌଣସି ପ୍ରକାରର ସମସ୍ୟାରେ ପୀଡିତ ଥିଲେ, ସେମାନେ ଏହି ଜନଶୁଣାଣିରେ ଅଂଶଗ୍ରହଣ କରି ନିଜର ସମସ୍ୟା ଆୟୋଗଙ୍କ ନିକଟରେ ଉପସ୍ଥାପନ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ ଅନୁରୋଧ କରାଯାଇଛି । ମହିଳାମାନଙ୍କ ସହ ଜଡିତ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରିବା ଏବଂ ଯଥାସମ୍ଭବ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ଯୋଗାଇବା ଏହି ଜନଶୁଣାଣିର ଉଦ୍ଦେଶ୍ୟ। ଶୁଣାଣି ସମ୍ବନ୍ଧୀୟ ଯେକୌଣସି ସୂଚନା ପାଇଁ ଗୁଞ୍ଜନ ସିଂହ (୭୦୧୧୯୭୨୮୬୨)ଙ୍କ ସହିତ ଯୋଗାଯୋଗ କରିବାକୁ ଜାତୀୟ ମହିଳା କମିଶନ ପକ୍ଷରୁ କୁହାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories