www.samajalive.in
Monday, December 8, 2025
16.1 C
Bhubaneswar

ନକଲି ଦସ୍ତାବିଜ୍‌ ଦେଇ ବ୍ୟାଙ୍କରୁ ଋଣ ଉଠାଣ: ବିଲ୍ଡର ଦମ୍ପତି ଗିରଫ

ଭୁବନେଶ୍ବର : ଜାଲ୍ ଦସ୍ତାବିଜ୍‌ ବଳରେ ଫ୍ଲାଟ୍‌ ଓ ଘର ବନ୍ଧକ ରଖି ବ୍ୟାଙ୍କରୁ କୋଟିଏରୁ ଅଧିକ ଟଙ୍କା ଋଣ ନେବା ମାମଲାରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ନିୟନ୍ତ୍ରଣ ଶାଖା ସମ୍ପୃକ୍ତ ବିଲ୍ଡର ଦମ୍ପତିଙ୍କୁ ଗିରଫ କରି ବୁଧବାର ଅଦାଲତ ଚାଲାଣ କରିଛି। ଗିରଫ ଦମ୍ପତି ହେଲେ ଜୟଦେବ ବିହାରରେ ଥିବା ‘ଏବି ସଲ୍ୟୁସନ’ର ନିର୍ଦେଶକ ଆଶୀର୍ବାଦ ପଟ୍ଟନାୟକ ଓ ତାଙ୍କ ପତ୍ନୀ ମନୋଜ୍ଞାନ ପଟ୍ଟନାୟକ। ଇଓଡବ୍ଲ୍ୟୁ ସୂତ୍ରରୁ ପ୍ରକାଶ, ଜୟଦେବ ବିହାରରେ ଅଭିଯୁକ୍ତ ଆଶୀର୍ବାଦ ‘ଏବି ସଲ୍ୟୁସନ’ ନାମରେ ବିଲ୍ଡର ସଂସ୍ଥା ଖୋଲିଥିଲେ। ଦମ୍ପତିଙ୍କ ନାମରେ ଥିବା ୨ଟି ଫ୍ଲାଟ୍‌ ଓ ଗୋଟିଏ ଘରକୁ ବନ୍ଧକ ରଖି ୨୦୧୮ ଜାନୁଆରୀରେ ଇଣ୍ଡିଆନ ବ୍ୟାଙ୍କରୁ ୩.୭୯ କୋଟି ଟଙ୍କାର ଋଣ ନେଇଥିଲେ। ଉକ୍ତ ଋଣ ସେ ପରିଶୋଧ କରିନଥିଲେ। ଉକ୍ତ ଫ୍ଲାଟ୍‌ ଓ ଘରର ନକଲି ଦସ୍ତାବିଜ୍‌ ପ୍ରସ୍ତୁତ କରି କଟକ ଲିଙ୍କ ରୋଡ଼ ଆଇସିଆଇସିଆଇ ଶାଖାରେ ଜମା କରି ଋଣ ପାଇଁ ଆବେଦନ କରିଥିଲେ। ନକଲି ଦସ୍ତାବିଜ୍‌ ବଳରେ ସେ ଗତ ଜାନୁଆରୀରେ ୧.୩ କୋଟି ଟଙ୍କା ଋଣ ନେଇଥିଲେ। ଏ ବାବଦରେ ଏବେ ୧.୫ କୋଟି ଟଙ୍କା ସେ ପରିଶୋଧ କରିବେ। କିସ୍ତି ନଦେବାରୁ ବ୍ୟାଙ୍କ ପକ୍ଷରୁ ତାଙ୍କ ଦସ୍ତାବିଜ୍‌ ଯାଞ୍ଚ କରିବା ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଆଇସିଆଇସିଆଇ ଆଞ୍ଚଳିକ ଶାଖା ମୁଖ୍ୟ ସୁଶାନ୍ତ ନାୟକ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ନକଲି ଦସ୍ତାବିଜ୍‌ ବଳରେ ବ୍ୟାଙ୍କରୁ ଠକେଇ କରିଥିବା ତଥ୍ୟ ପ୍ରମାଣ ମିଳିବା ପରେ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories