www.samajalive.in
Thursday, December 11, 2025
27.1 C
Bhubaneswar

ମାଘ ତିଳ ସପ୍ତମୀ ଅବସରରେ ସମୁଦ୍ରରେ ବୁଡ଼ ପକାଇଲେ ସହସ୍ରାଧିକ ଶ୍ରଦ୍ଧାଳୁ

ଗୋପାଳପୁର: ଗୋପାଳପୁର ବେଳାଭୂମିରେ ଆଜି ମାଘ ମାସ ତିଳ ସପ୍ତମୀରେ ସମୁଦ୍ରରେ ବୁଡ଼ ପାଇଁ ୧୫ ହଜାରରୁ ଉର୍ଦ୍ଧ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମଧ୍ୟ ରାତ୍ର ଠାରୁ ସ୍ଥାନୀୟ ଅଂଚଳ ସମେତ ବ୍ରହ୍ମପୁର ଓ ଆଖପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ବେଳାଭୂମି ମୁହାଁ ହୋଇଥିଲେ। ମହିଳା ମାନେ ନୂତନ ବସ୍ତ୍ର ପିନ୍ଧି ହାତରେ ନଡ଼ିଆ, କଦଳୀ, ଫୁଲ ଆଦି ଧରି ସମୁଦ୍ରରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସହ ବିଶ୍ୱ କଲ୍ୟାଣ ପାଇଁ ଅର୍ଘ୍ୟ ଅର୍ପଣ କରିଥିଲେ। ତାହାସହ ସମୁଦ୍ରରେ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇ ସୂର୍ଯ୍ୟଙ୍କୁ ପୁଜା କରିଥିଲେ। ଭିଡ଼କୁ ନଜରରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ ମୁତୟନ କରାଯାଇଥିଲା।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories