ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ପାଟପୁର ଠାରେ ଚାଲିଥିବା ୫୪ତମ ଆନ୍ତଃମହାବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ଫାଇନାଲରେ ବ୍ରହ୍ମପୁର ଏମ.କେ. ସି.ଜି ମେଡିକାଲ କଲେଜ ସହ ଚିକିଟି ମହାବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମ.କେ. ସି.ଜି ମେଡିକାଲ କଲେଜ ଟସ ଜିତି ପ୍ରଥମେ ଫିଲ୍ଡିଂ କରିଥିଲା। ଚିକିଟି ମହାବିଦ୍ୟାଳୟ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୦୧ କରିଥିବା ବେଳେ ଏମ.କେ. ସି.ଜି ମେଡିକାଲ କଲେଜ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ୧୫ ଓଭରରେ ୫ ଉଇକେଟ ବିନିମୟରେ ୧୦୨ ରନ କରି ଚମ୍ପିଆନ ହୋଇଛି। ଫାଇନାଲ ମ୍ୟାଚ ପୁରସ୍କାର ବିତରଣରେ ମୁଖ୍ୟ ଅତିଥି ଭାବେ ପାଟପୁର କଲେଜର ଅଧକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଥଲେଟିକ ସଂଘର ଉପ ସଭାପତି ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ, ପିଇଓ ରବି ଚରଣ ମିଶ୍ର, ଡ଼. ସୋମେନ୍ଦ୍ର କୁମାର ସାହୁ ଯୋଗ ଦେଇ ଟ୍ରଫି ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।
Popular Categories



