www.samajalive.in
Thursday, December 11, 2025
27.1 C
Bhubaneswar

ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଅଧ୍ୟୟନରତ ଯୁକ୍ତ ତିନ କଳା ଓ ବିଜ୍ଞାନ ବିଭାଗର ମୋଟ ୨୨୧ ଜଣ ଛାତ୍ରୀଙ୍କ ଆଠ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆଜି ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମ ସଂଯୋଜିକା ସଙ୍ଗୀତା ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନ ପର୍ବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଜଗନ୍ନାଥ ମହାନ୍ତ ସମ୍ମାନୀତ ଅତିଥିଭାବେ ପାଟଣା ଥାନା ଏ ଏସ ଆଇ ଗୌରହରି ଗରଡ଼ିଆ, ଅଧ୍ୟାପକ ହଳଧର ସାହୁ,ଏନ ସି ସି ଅଧିକାରୀ କ୍ୟାପଟେନ ଧର୍ମେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ଏହି ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରରେ ଶିବିରାର୍ଥୀ ମାନେ ଆଗ୍ରହର ସହ ଶିକ୍ଷା ଲାଭ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଶିକ୍ଷିକା ପ୍ରିୟଙ୍କା ଦେବଦର୍ଶିନୀ ବାରିକ ଓ କୁମୁଦିନି ବାରିକଙ୍କ ସହ ଛାତ୍ରୀ ପ୍ରତିନିଧି ବର୍ଷାରାଣୀ ପଲେଇ ଓ ସସ୍ମିତା ମହାନ୍ତ ଉପସ୍ଥିତ ଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories