www.samajalive.in
Tuesday, December 9, 2025
26.1 C
Bhubaneswar

ନୋକିଆ-୮.୧ର ବଜାର ପ୍ରବେଶ

ନୂଆଦିଲ୍ଳୀ : ଏଚଏମଡି ଗ୍ଲୋବାଲ ଭାରତରେ ନିଜର ଫ୍ଲାଗସିପ ସ୍ମାର୍ଟଫୋନ ନୋକିଆ ୮.୧ର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ଫୋନ ଲଞ୍ଚ କରିଛି। ଗତବର୍ଷ ନୋକିଆ ୮.୧ ଫୋନକୁ ପ୍ରଥମଥର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ମଡେଲରେ ଲଞ୍ଚ କରାଯାଇଥିଲା। ଏହି ଫୋନର ମୂଲ୍ୟ ୨୯,୯୯୯ଟଙ୍କା। ସେହିଭଳି ଏହାର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ମଡେଲର ମୂଲ୍ୟ ୨୬,୯୯୯ଟଙ୍କା। ଏହି ଫୋନର ବିକ୍ରି ଫେବ୍ରୁଆରୀ ୬ରୁ ଅମାଜନ, ନୋକିଆର ଅନଲାଇନ୍‍ ଷ୍ଟୋରରେ ଉପଲବ୍ଧ ହେବାକୁଥିଲାବେଳେ ଆମାଜନରେ ଏହି ଫୋନର ପ୍ରି-ବୁକିଙ୍ଗ ଆରମ୍ଭ ହୋଇ ସାରିଛି।

courtesy-india today

ଏଥିରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ୍‍ ୯ପାଇ ମିଳିବ। ନୋକିଆ ୮.୧ରେ ୬.୧୮ଇଞ୍ଚର ଫୁଲ ଏଚଡି ପ୍ଳସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୨୪୪ପିକ୍ସଲ ଏବଂ ଆସପେକ୍‍ଟ ରେଶିୟୋ ୧୮.୭:୯। ଏଥିରେ କ୍ୱାଲାକମର ଅକ୍‍ଟାକୋର ସ୍ନାପଡ୍ରାଗନ ୭୧୦ପ୍ରୋସେସର, ୪ଜିବି ରାମ ଏବଂ ୬୪ଜିବିର ଷ୍ଟୋରେଜ ରହିଛି। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୪୦୦ଜିବି ପର୍ଯ୍ୟନ୍ତ ବଢାଇପାରରିବେ।

- Advertisement -
courtesy-androidauthority.com

ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରେ ଜେସ୍‍ ଅକ୍‍ଟିସର ବ୍ୟବହାର କରାଯାଇଛି। ଏଥିରେ ଗୋଟିଏ କ୍ୟାମେରା ୧୨ମେଗାପିକ୍ସେଲର ଏବଂ ଅନ୍ୟଟି ୧୩ମେଗାପିକ୍ସେଲର ରହିଛି। ଏହାର ଆଗପଟ କ୍ୟାମେରା ୨୦ମେଗାପିକ୍ସେଲ।

courtesy-BGR INDIA

ଏହି ଫୋନରେ ୩୫୦୦ଏମଏଚର ବ୍ୟାଟେରୀ ରହିଛି। ଯାହା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ଏହା ସହିତ ୧୮ୱାଟର ଚାର୍ଜର ମାଗଣାରେ ମିଳିବ। ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ, ଜିପିଏସ୍‍, ଏ-ଜିପିଏସ୍‍, ଏଫଏମ୍‍ ରେଡିଓ, ୩.୫ଏମ୍‍ଏମର ହେଡପୋନ ଜ୍ୟାକ୍‍ ଏବଂ ୟୁଏସବି ଚାର୍ଜିଙ୍ଗ ଟାଇପ-ସି ମିଳିବ।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories