www.samajalive.in
Monday, December 15, 2025
16.1 C
Bhubaneswar

କନକ ବର୍ଦ୍ଧନଙ୍କୁ ଜୋରିମାନା

କଟକ : ସାଧାରଣ ନିର୍ବାଚନରେ ଅନିୟମିତତା ଅଭିଯୋଗ ନେଇ ରୁଜୁ ମାମଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ହାଇକୋର୍ଟ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜବାବ ଦାଖଲ ତାରିଖ ଗଡ଼ାଇବା, ନିର୍ଦ୍ଧାରିତ ସମୟରେ ଜବାବ ଦାଖଲ ନ କରିବା ସହ ଅଧିକ ସମୟ ଚାହିଁବାରୁ ବିଚାରପତି ଆନନ୍ଦ ଚନ୍ଦ୍ର ବେହେରା ତାଙ୍କ ଆବେଦନକୁ ଅନୁମତି ପ୍ରଦାନ କରିବା ସହ ଦୁଇ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅର୍ଥ ହାଇକୋର୍ଟ ବାର୍‌‌ ଆସୋସିଏସନ କଲ୍ୟାଣପାଣ୍ଠିରେ ଜମା କରିବାକୁ ଅଦାଲତ ଦେଇଛନ୍ତି। ବଲାଙ୍ଗିର ଜିଲା ପାଟଣାଗଡ଼଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ଟିକଟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ନିର୍ବାଚନ ଜିତିଥିଲେ। ସେ ନିର୍ବାଚନରେ ଅନିୟମିତତା କରିଥିବା ନେଇ ପରାଜିତ ବିଜେଡି ପ୍ରାର୍ଥୀ ସରୋଜ କୁମାର ମେହେର ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସିଂହଦେଓ ପ୍ରାର୍ଥିପତ୍ର ଦାଖଲ ବେଳେ ମିଥ୍ୟା ସତ୍ୟପାଠ ପ୍ରଦାନ କରିଛନ୍ତି। ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲାକୁ ଚପାଇଛନ୍ତି ଓ ସମ୍ପତ୍ତିର ତାଲିକା ମିଛ ଦେଇଥିବା ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଥିଲେ। ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ଗତ ସେପ୍ଟେମ୍ବରରେ ଓକିଲଙ୍କ ଜରିଆରେ କନକ ବର୍ଦ୍ଧନ ହାଜର ହୋଇଥିଲେ। ହେଲେ ଜବାବ ଦାଖଲ ପାଇଁ କ୍ରମାଗତ ସମୟ ନେଇଚାଲିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଚନ୍ଦ୍ର ବେହେରା ମାମଲା ପରିଚାଳନା କରୁଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories