www.samajalive.in
Monday, December 15, 2025
24.1 C
Bhubaneswar

ଶକ୍ତିମୟୀ ଫାଉଣ୍ଡେସନ ଓ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼: କଳାହାଣ୍ଡିର ସ୍ବେଚ୍ଛାସେବୀ ଅନୁଷ୍ଠାନ ଶକ୍ତିମୟୀ ଫାଉଣ୍ଡେସନ, ମହାଶକ୍ତି ଫାଉଣ୍ଡେସନ ଓ ବେଦାନ୍ତ ଲାଞ୍ଜିଗଡ଼ ସହାୟତାରେ ସ୍ବଚ୍ଛତା ଓ ରକ୍ତହୀନତାଜନିତ ସଚେତନତା କାର୍ଯ୍ୟକ୍ରମ ଯୋଡବନ୍ଧ ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡକ୍ଟର ଜୟଶ୍ରୀ କେତନ ମହାପାତ୍ର, ବେଦାନ୍ତ ହସ୍ପିଟାଲ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋବର୍ଦ୍ଧନ ମାଝୀ ଓ ସହକର୍ମୀ ସମ୍ପୂର୍ଣ୍ଣ ସହାୟତା କରିଥିଲେ। ମହେନ୍ଦ୍ର କୁମାର ନିଆଲ ଗୀତ ଏବଂ ଖେଳ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଇଖାନାର ବ୍ୟବହାର, ହାତ ଧୋଇବା ପ୍ରକ୍ରିୟା ଇତ୍ୟାଦି ସମ୍ବନ୍ଧରେ ବୁଝାଇଥିଲେ। ଶକ୍ତିମୟୀ ଫାଉଣ୍ଡେସନର ସଭାନେତ୍ରୀ ଯଶୋଦା ବେହେରା, ପ୍ରକଳ୍ପ ମୁଖ୍ୟ ସୁଶ୍ରୀ ପ୍ରିୟଦର୍ଶିନୀ ହୋତା, ସଖୀ ପ୍ରକଳ୍ପରୁ ଶ୍ରୁତି, ସୁବର୍ଣ୍ଣ, ଯଶୋଦା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ମୋଟ ୯୦ ଜଣ ଛାତ୍ରୀଙ୍କ ହେମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସର୍ବାଧିକ ହେମୋଗ୍ଲୋବିନ୍ ପ୍ରତିଶତ ୧୪.୯ ଏବଂ ସର୍ବନିମ୍ନ ୮.୮ ଥିଲା। କୌଣସି ରକ୍ତହୀନତା ଚିହ୍ନଟ ହୋଇ ନ ଥିଲା। ମଧ୍ୟମ ରକ୍ତହୀନ ପିଲାମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ଅନ୍ତର୍ଭୁକ୍ତ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ୧୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଜିର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଆଗାମୀ ଦିନମାନଙ୍କରେ ଶକ୍ତିମୟୀ ଫାଉଣ୍ଡେସନ ଓ ବେଦାନ୍ତ ଲାଞ୍ଜିଗଡ଼ ତରଫରୁ ବିଭିନ୍ନ ବିଦ୍ୟାଳୟ ଓ ଗ୍ରାମରେ ଏହି ସ୍ବଚ୍ଛତା ଓ ରକ୍ତହୀନତା ସଚେତନତା କାର୍ଯ୍ୟକ୍ରମ, ଋତୁସ୍ରାବଜନିତ ସଚେତନତା କାର୍ଯ୍ୟକ୍ରମ କରିବାର ଯୋଜନା ରହିଛି।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories