www.samajalive.in
Saturday, December 6, 2025
16.1 C
Bhubaneswar

ସରିଲା ଶୀତ, ଆଜିଠୁ ବଢିବ ତାତି : ଆଉ ଦୁଇ ଦିନ ଘନ କୁହୁଡି

ଭୁବନେଶ୍ୱର : ମାଘ ମାସ ଅଧା ହୋଇଛି।  ମାତ୍ର ଏବେଠୁ ଚଢ଼ିଲାଣି ପାରା। ‘ମାଘରେ ବାଘୁଆ ଶୀତ’ ନେଇ ଯେଉଁ ଆପ୍ତବାକ୍ୟ ଓଡ଼ିଶାର ଜନଜୀବନରେ ପ୍ରଚଳିତ ଥିଲା, ତାହା ଏସନ ଭୁଲ ପ୍ରମାଣିତ ହୋଇଛି। ମାଘ ନ ସରୁଣୁ ହିଁ ଶୀତ ଉଭାନ ହେବାକୁ ବସିଲାଣି। ଜାନୁଆରୀ ଶେଷ ନହେଉଣୁ ପାରଦ ବଢ଼ିବା ସହିତ ଖରା ଟାଣ ହେଲାଣି। ଆଜିଠୁ ସର୍ବନିମ୍ନ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଏବଂ ଖରା ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଗାମୀ ୪ ରୁ ୫ ଦିନ ଯାଏ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକ ରହିବ। ବୁଧବାର ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି। କିଛି ସ୍ଥାନରେ ଗରମ ଅନୁଭୂତ ହୋଇଛି। ସପ୍ତାହେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ। କିନ୍ତୁ କୁହୁଡ଼ି ପ୍ରଭାବ ଆହୁରି ଦୁଇ ଦିନ ରହିବ। ବୁଧବାର ଅନୁଗୋଳ, କୋରାପୁଟ, ନୟାଗଡ଼ରେ ପ୍ରବଳ କୁହୁଡ଼ି ଅନୁଭୂତ ହୋଇଥିଲା। ଚାନ୍ଦବାଲି, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ବର, ଫୁଲବାଣୀ ଏବଂ ଜଗତସିଂହପୁରରେ ଘନକୁହୁଡ଼ି ଦେଖାଯାଇଥିଲା। ଆଜି ସକାଳ ପର୍ଯ୍ୟନ୍ତ ୧୯ ଜିଲାରେ ଘନକୁହୁଡ଼ି ଅନୁଭୂତ ହେବ। ସେଥିପାଇଁ ସେସବୁ ଜିଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories