www.samajalive.in
Saturday, December 6, 2025
14.1 C
Bhubaneswar

୨୦୨୪ରେ ପ୍ରତି ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଆର୍ଥିକ ଠକେଇର ଶିକାର

ନୂଆଦିଲ୍ଲୀ: ପ୍ରତି ୩ଜଣରୁ ଜଣେ ଭାରତୀୟ ୨୦୨୪ରେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଆମେରିକାସ୍ଥିତ ତଥ୍ୟ ଅନୁଶୀଳନ ଫାର୍ମ ‘ଫିକୋ’ ତଥ୍ୟରୁ ଏହା ଜଣାପଡ଼ିଛି। ଫିକୋ ୧୪ଟି ଦେଶର ପ୍ରାୟ ୧୧,୦୦୦ ଗ୍ରାହକଙ୍କ ସହିତ ୧୦୦୦ ଭାରତୀୟଙ୍କ ଉପରେ ସର୍ଭେ କରିଥିଲା। ଯେଉଁଥିରେ ରିଅଲ୍-ଟାଇମ୍ ପେମେଣ୍ଟ(ଆର୍‌ଟିପି), ଠକେଇ ଏବଂ ବ୍ୟାଙ୍କଗୁଡ଼ିକର ଠକେଇ ପରିଚାଳନା କ୍ଷମତା ସହିତ ସେମାନଙ୍କର ଅଭିଜ୍ଞତା ଯାଞ୍ଚ କରାଯାଇଥିଲା।
‘୨୦୨୪ ଠକେଇ ପ୍ରଭାବ ରିପୋର୍ଟ: ଭାରତ’ରେ ଉଲ୍ଲେଖ ହୋଇଛି ଯେ, ୩୪ ପ୍ରତିଶତ ଭାରତୀୟ ସାମଗ୍ରୀ, ସେବା ଓ ନିବେଶ ପାଇଁ ଅର୍ଥ ଦେଇଥିଲେ ମଧ୍ୟ ବଦଳରେ କିଛି ବି ପାଇ ନାହାନ୍ତି। ୪୫ ପ୍ରତିଶତ ଲୋକ କହିଛନ୍ତି ଯେ ଠକେଇ ରୋକିବା ପାଇଁ ବ୍ୟାଙ୍କ ପକ୍ଷରୁ ଉନ୍ନତ ଠକେଇ ଚିହ୍ନଟ ବ୍ୟବସ୍ଥା କାର‌୍ୟ୍ୟକାରୀ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭାରତରେ ଠକେଇ ବଢ଼ିବା ସହ ଗୁରୁତର ହୋଇଛି, ଏବଂ ଆର୍ଥିକ କ୍ଷତି ବୃଦ୍ଧି ପାଇଛି। ୨୦୨୩ ତୁଳନାରେ ୨୦୨୪ରେ ଠକେଇ ବଢ଼ିଛି। ଅଧିକ ପରିମାଣର ଠକେଇ, ଯାହା ୮ ଲକ୍ଷ ଟଙ୍କା ଅଧିକ ତାହା ପୂର୍ବ ବର୍ଷ ୨ଧ ଥିବାବେଳେ ୨୦୨୪ରେ ୪ଧକୁ ବୃଦ୍ଧିପାଇଛି। ସେହିପରି ୫୦ ହଜାର ଟଙ୍କା ମଧ୍ୟରେ ଛୋଟ ଛୋଟ ଠକେଇ ୫୬ ପ୍ରତିଶତ ରହିଛି। ସେହିପରି ଭାରତରେ ରିଅଲ୍-ଟାଇମ୍ ପେମେଣ୍ଟ(ଆର୍‌ଟିପି) ବ୍ୟବହାର ବଢ଼ିବାରେ ଲାଗିଛି। ତେଣୁ ବ୍ୟାଙ୍କଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ସ୍ୱୟଂଚାଳିତ ଠକେଇ ରୋକିବା ବ୍ୟବସ୍ଥାକୁ ବ୍ୟବହାର କରିବା, ସ୍ପଷ୍ଟ ଭାବରେ ବିପଦ ସମ୍ପର୍କରେ ଯୋଗାଯୋଗ କରିବା ଏବଂ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ଠକେଇ ପ୍ରତିରକ୍ଷା ବ୍ୟବସ୍ଥା ପ୍ରଦାନ କରିବା ଉଚିତ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories