www.samajalive.in
Saturday, December 6, 2025
16.1 C
Bhubaneswar

କେବେ ପାଳନ ହେବ ସରସ୍ବତୀ ପୂଜା ? ତାରିଖକୁ ନେଇ ଦ୍ବନ୍ଦ୍ବ

ଭୁବନେଶ୍ବର : ଚଳିତବର୍ଷ ସରସ୍ବତୀ ପୂଜାକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ଭାଗ୍ୟଜ୍ୟୋତି ପ୍ରକାଶନ ତରଫରୁ ଭୁବନେଶ୍ବର ସ୍ଥିତ ଗୀତଗୋବିନ୍ଦ ସଦନରେ ଆଗାମୀ ସରସ୍ବତୀ ପୂଜାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତଥା ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉଦୟବ୍ୟାପିନୀ ପଞ୍ଚମୀ ତିଥିରେ ସରସ୍ବତୀ ପୂଜା ବା ବସନ୍ତ ପଞ୍ଚମୀ ପାଳନୀୟ। ପଞ୍ଚମୀ ତିଥି କ୍ଷୟ ହେଉ ନ ଥିଲେ ଉଦୟକାଳକୁ ଚତୁର୍ଥୀ ଥାଇ ପଞ୍ଚମୀ ତିଥିରେ ବା ପୂର୍ବବିଦ୍ଧା ତିଥିରେ ବସନ୍ତ ପଞ୍ଚମୀ କଦାପି ପାଳନୀୟ ନୁହେଁ। ଫେବୃଆରୀ ୨ ତାରିଖ ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ଅଛି, ତା’ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି। ପାଞ୍ଜି ଭେଦରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ଉଦୟବ୍ୟାପିନୀ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି। ଅତଏବ ୩ ତାରିଖରେ ପୂଜା ପାଳନୀୟ ବୋଲି ସବୁ ପଣ୍ଡିତ ଓ ପାଞ୍ଜିଗଣକ ମତ ରଖିଥିଲେ। ଜ୍ୟୋତିର୍ବିଦ୍‌ ବାଚସ୍ପତି ବୈକୁଣ୍ଠନାଥ ନାୟକ, ପଣ୍ଡିତ ଗୁରୁ ପ୍ରସାଦ ରଥ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ଗଣକ ଜ୍ୟୋତିର୍ବିଦ୍‌ ବାରିଧି ଦୋଳଗୋବିନ୍ଦ ପଣ୍ଡା, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ତଥା ସ୍ତମ୍ଭକାର ଓ ପାଞ୍ଜି ସମୀକ୍ଷକ ପଣ୍ଡିତ ହରିଶଙ୍କର ମିଶ୍ର, ଜ୍ୟୋତିର୍ବିଦ୍ୟା
ବାରିଧି ନାରାୟଣ ମଲ୍ଲିକ, ଭାଗ୍ୟଜ୍ୟୋତିର ଶ୍ରୀକ୍ଷେତ୍ର ଓ ପରମେଶ୍ବରୀ ପଞ୍ଜିକାର ପ୍ରକାଶକ ରଞ୍ଜନ କୁମାର ସେନାପତି ପ୍ରମୁଖ ଆଲୋଚନାରେ ଯୋଗ ଦେଇଥିଲେ। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦର ସଭାପତି ଶ୍ରୀ ସାହୁ କହିଥିଲେ ଯେ, ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳାରେ ବସନ୍ତ ପଞ୍ଚମୀର ଶାହୀ ସ୍ନାନ ଫେବୃଆରୀ ୩ ତାରିଖରେ ହିଁ ଅଛି। ସାରା ଭାରତରେ ୩ ତାରିଖରେ ପାଳନ କରାଯାଉଥିବା ବେଳେ ଓଡ଼ିଶାରେ କେତେକ ପାରମ୍ପରିକ ପାଞ୍ଜି ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ଭୁଲ ନିର୍ଦ୍ଧାରଣ ଯୋଗୁଁ ଓଡ଼ିଆଙ୍କୁ ପୂଜାପାର୍ବଣରେ ବିଭ୍ରାନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories