www.samajalive.in
Saturday, December 6, 2025
15.1 C
Bhubaneswar

ଆଇଟିଡିଏ ପିଏଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମାଜ ଡିଜିଟାଲ ଡେସ୍କ: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପ୍ରକଳ୍ପ ପ୍ରଶାସକ(ପିଏ)ଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲା ବଣାଇ ଆଇଟିଡିଏ ପିଏ ବିଶ୍ଵଦର୍ଶି ସାହୁଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଛନ୍ତି। ଭୁବନଶ୍ଵେର, ବାଲେଶ୍ଵର, ଯାଜପୁର ଓ ବଣାଇରେ ଥିବା  ସାହୁଙ୍କ ୭ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଛି। ବାଲେଶ୍ଵରର ସୁକୁମାର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ ନମ୍ବର ୩୦୨, ବଣାଇରେ ଥିବା ସରକାରୀ ବାସଭବନ ଓ କାର୍ଯ୍ୟାଳୟ, ଯାଜପୁରରେ ଥିବା ସମ୍ପର୍କୀୟଙ୍କ ଘର, ରାଜଧାନୀର ପୁରୁଣା ଭୁବନେଶ୍ଵର ଅନ୍ତର୍ଗତ ଶ୍ରୀରାମନଗରରେ ଥିବା ଦୁଇ ମହଲା କୋଠା, ଲକ୍ଷ୍ମୀସାଗର(ଭଗବାନ ଟାୱାର ଫ୍ଲାଟ ନଂ. ୩୦୪) ଏବଂ ଖାରବେଳନଗର ଇଭୋସ ଗାଲାକ୍ସିରେ ଥିବା ୪୦୨ ନମ୍ବର ଫ୍ଲାଟରେ ଏହି ଚଢ଼ାଉ ଚାଲିଛି। ଏଥିରେ ଭିଜିଲାନ୍ସ ବିଭାଗର ଜଣେ ଏଏସପି, ୩ ଜଣ ଡିଏସପି ଏବଂ ୧୦ ଇନ୍ସପେକ୍ଟର ସାମିଲ ରହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories