www.samajalive.in
Sunday, December 14, 2025
16.1 C
Bhubaneswar

ଛାତ୍ରଙ୍କୁ ସାପ କାମୁଡିବା ଘଟଣା ;ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ପିପିଲି : ପିପିଲି ବ୍ଳକ ଅନ୍ତର୍ଗତ ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହରେ ଛାତ୍ରଙ୍କୁ ସାପ କାମୁଡିବା ଘଟଣାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟଶ୍ରୀ ସାହୁଙ୍କୁ ନିଳମ୍ବନ କରାଯାଇଛି।ସରକାରୀ ନିୟମକୁ ଉଲଂଘନ କରିବା ଓ ଦାୟିତ୍ୱରେ ଅବହେଳା ପାଇଁ ପିପିଲି ବ୍ଳକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦ ତାଙ୍କୁ ନିଳମ୍ବନ କରିଛନ୍ତି । ନିଳମ୍ବନ ସମୟରେ ସେ ମୁର୍ଦ୍ଦନୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ସୋମବାର ଦିନ ଉକ୍ତ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚାଉଳ ରଖାଯାଇଥିବା ଶ୍ରେଣୀଗୃହକୁ ଚତୁର୍ଥ ଶ୍ରେଣୀ ଛାତ୍ର ସାଇକ୍ରୀଷ୍ଣା ପ୍ରଧାନ ଓଳାଉଥିବା ସମୟରେ ଚାଉଳବସ୍ତା ମଧ୍ୟରେ ଲୁଚି ରହିଥିବା ଏକ ନାଗସାପ ସାଇକ୍ରୀଷ୍ଣାଙ୍କୁ କାମୁଡି ଦେଇଥିଲା। ଆହତ ଛାତ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରଥମେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରିଥିଲେ। କ୍ୟାପିଟାଲ ହସ୍‍ପିଟାଲରେ ଚିକିତ୍ସିତ ହୋଇ ଛାତ୍ର ଜଣକ ସୁସ୍ଥ ହୋଇଥିବା ବେଳେ ମଙ୍ଗଳବାର ସକାଳେ ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ସଂନ୍ଧ୍ୟାରେ ବିଧାୟକ ଆଶ୍ରିତ ପଟ୍ଟନାୟକ ଡାକ୍ତରଖାନାକୁ ଯାଇ ଆହତ ଛାତ୍ରକୁ ଭେଟିବା ସହ ତା’ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।
ପାଠ ନଆସିବାରୁ ଉକ୍ତ ଛାତ୍ରକୁ ଦଣ୍ଡ ସ୍ୱରୂପ ଘର ଓଳାଇବା କାମରେ ଲଗାଯାଇଥିବା ସଂପର୍କରେ ଛାତ୍ରଙ୍କ ପରିବାର ପକ୍ଷରୁ ଗଣମାଧ୍ୟମରେ ଅଭିଯୋଗ କରାଯିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମବାସୀ ଓ ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଏହି ଘଟଣାର ତୀବ୍ର ପ୍ରତିବାଦ କରିବା ସହ ଦୋଷୀ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପିପିଲି ବ୍ଳକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀ ଓ ଅଭିଭାବକଙ୍କ ସହ ଆଲୋଚନା କରିବା ସହ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା। ତେବେ ପାଠ ନଆସିବାରୁ ଦଣ୍ଡ ଦେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ।

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

ଦେଖନ୍ତୁ ଭିଡିଓ ; ଦେବଦୂତ ସାଜିଲେ ମହିଳା କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଏମିତି ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ..

- Advertisement -

ଦେଖନ୍ତୁ ଭିଡିଓ; ମାଙ୍କଡକୁ ଆଉଁସି ଦେଉଥିଲେ ଯୁବତୀ, ତା’ପରେ ଯାହା ହେଲା..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories