www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଦେବଦୂତ ସାଜିଲେ ମହିଳା କନେଷ୍ଟବଳ, ଚଳନ୍ତା ଟ୍ରେନ୍‌ରୁ ଏମିତି ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ..

ନୂଆଦିଲ୍ଲୀ : ରେଲୱେ ସୁରକ୍ଷା ବଳ (ଆରପିଏଫ)ର ଜଣେ କନେଷ୍ଟବଳ ପଲ୍ଲବୀ ବିଶ୍ୱାସଙ୍କୁ ୨୦୨୪ର ‘ଜୀବନ ରକ୍ଷାପଦକ’ ପୁରସ୍କାର ଦିଆଯାଇଛି । ତାଙ୍କର ଅବିଶ୍ୱସନୀୟ ସାହସିକତା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ତାଙ୍କ ସାହସିକତାର ଭିଡିଓ ଏବେ ସଭିଁଙ୍କୁ ଆକର୍ଷିତ କରିଛି । ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ପଲ୍ଲବୀ ଜଣେ ୬୫ ବର୍ଷୀୟ ବୃଦ୍ଧ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନ୍‌ ଓ ପ୍ଲାର୍ଟଫର୍ମ ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଖସି ପଡିବା ପୂର୍ବରୁ ତାଙ୍କୁ ରକ୍ଷା କରିଥିଲେ । ଏହି ଘଟଣା ପଶ୍ଚିମବଙ୍ଗର ପୁରୁଲିଆ ଷ୍ଟେସନରେ ଘଟିଥିବା ଜଣାପଡିଛି । ଏହି ଷ୍ଟେସନରେ ଜଣେ ବୟସ୍କ ଟ୍ରେନ୍‌ରେ ଚଢିବାକୁ ଚେଷ୍ଟା କରୁଥିଲେ । ତାଙ୍କ ଗୋଡ ଖସି ଯିବାରୁ ସେ ପ୍ଲାର୍ଟଫର୍ମ ଓ ଟ୍ରେନ୍‌ ମଧ୍ୟରେ ଥିବା ପାଙ୍କା ସ୍ଥାନକୁ ଖସି ପଡି ଥାନ୍ତେ ।

- Advertisement -

ସେହି ସମୟରେ ପଲ୍ଲବୀ ତୁରନ୍ତ ଦୌଡି ଯାଇ ବୃଦ୍ଧଙ୍କ ଜୀବନ ରକ୍ଷା କରିଥିଲେ । ରେଲୱେ ସୁରକ୍ଷା ବଳ ମଙ୍ଗଳବାର ଏହି ଘଟଣା ସିସିଟିଭି ଫୁଟେଜ୍‌ ଶେୟାର କରିଛନ୍ତି ।

୫୭ ବର୍ଷ ପରେ ୬ ଶକ୍ତିଶାଳୀ ଗ୍ରହଙ୍କ ବିଶେଷ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ବଢିବ ଧନ,ବ୍ୟବସାୟ..

‘ଜୀବନ ରକ୍ଷାପଦକ’ ଏକ ରାଷ୍ଟ୍ରୀୟ ସମ୍ମାନ । ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟର ଜୀବନ ରକ୍ଷା କରିଥାନ୍ତି । ସେମାନଙ୍କୁ ବିଶେଷତଃ ଏହି ସମ୍ମାନ ମିଳେ । ପଲ୍ଲବୀ ନିଜର ସାହସିକତା ଦେଖାଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଦେଖନ୍ତୁ ଭିଡିଓ; ମାଙ୍କଡକୁ ଆଉଁସି ଦେଉଥିଲେ ଯୁବତୀ, ତା’ପରେ ଯାହା ହେଲା..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories