www.samajalive.in
Sunday, December 7, 2025
23.1 C
Bhubaneswar

ଆସିଲା ‘ମେଡିକାଲ ଡ୍ରିମ୍ସ’ ଟିଜର୍: ନିଆରା କାହାଣୀ ସହ ଆସୁଛନ୍ତି ଶରମନ ଯୋଶୀ

ମୁମ୍ବାଇ: ଡାକ୍ତର ହେବାର ସ୍ୱପ୍ନ ଏବଂ ସେହି ସ୍ୱପ୍ନକୁ ପୂରଣ କରିବାକୁ ନିଟ୍‌ରେ ସଫଳତା ହାସଲ କରିବା! ସ୍ୱପ୍ନ ପୂରଣ କରିବାର ପଥ ଏହି ପରୀକ୍ଷା ଦେଇ ଗତି କରିଥାଏ ଓ ଏହି ସ୍ୱପ୍ନ ଦେଖିଥିବା ଛାତ୍ରଛାତ୍ରୀଙ୍କ ସ୍ଥିତିକୁ ନେଇ ଏକ ସିରିଜ୍ ଆସୁଛି, ଯାହାର ନାଁ ରହିଛି ‘ମେଡିକାଲ ଡ୍ରିମ୍ସ’। ସିରିଜ୍‌ର ଟିଜର ବୁଧବାର ରିଲିଜ୍ ହୋଇଛି। ଏଥିରେ ଶରମନ ଯୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ସେ ଜଣେ ଶିକ୍ଷକ ସାଜିଛନ୍ତି, ଯିଏ ମେଡିକାଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଛନ୍ତି ଏବଂ କୋଚିଂ ନେଉଥିବା ପିଲାମାନଙ୍କୁ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

‘ମେଡିକାଲ୍ ଡ୍ରିମ୍ସ’ ହେଉଛି ୟୁଟ୍ୟୁବ୍ ଚ୍ୟାନେଲ୍ ଗର୍ଲିୟାପାର ନିଜସ୍ଵ ସିରିଜ୍‌। ଗର୍ଲିୟାପା ଏହାର ମହିଳା କୈନ୍ଦ୍ରିକ କ୍ଷୁଦ୍ର ଭିଡିଓ ଏବଂ ଯୁବ-ଆଧାରିତ ଶୋ’ ପାଇଁ ଲୋକପ୍ରିୟ। ଟିଜର ଆରମ୍ଭରେ ଶରମନ ଯୋଶୀ ଶ୍ରେଣୀରେ ବସିଥିବା ଛାତ୍ରଛାତ୍ରୀମାନଙ୍କୁ କହୁଛନ୍ତି, ‘‘ଦୁନିଆରେ ଲୋକେ ଡାକ୍ତରମାନଙ୍କୁ ଅଧିକ ବିଶ୍ବାସ କରନ୍ତି। ଯଦି ଆପଣ ସମସ୍ତେ ଡାକ୍ତର ହେବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ମନେରଖନ୍ତୁ, ଯେକୌଣସି କ୍ଷେତ୍ରରେ ଡାକ୍ତର ହେବାର ରାସ୍ତା ନିଟ୍‌ ଦେଇ ଯାଇଥାଏ ଏବଂ ନିଟ୍‌ରେ ସଫଳତା ହାସଲ କରିବା ଏଭରେଷ୍ଟ ପର୍ବତ ଆରୋହଣ କରିବା ସଙ୍ଗେ ସମାନ।’’

- Advertisement -

ଏହି ସିରିଜ୍‌ରେ ଶରମନ ଯୋଶୀଙ୍କ ବ୍ୟତୀତ ରମା ଶର୍ମା ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେ ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖୁଥିବା ଝିଅମାନଙ୍କ ମାର୍ଗରେ ଆସୁଥିବା ବିଭିନ୍ନ ବାଧା ଏବଂ ମାନସିକ ଦ୍ୱନ୍ଦ୍ୱକୁ ବହୁତ ଭଲ ଭାବରେ ଚିତ୍ରଣ କରିଥିବା ଟିଜରରେ ଦେଖିବାକୁ ମିଳିଛି। ଆଶୁତୋଷ ପଙ୍କଜ ନିର୍ଦେଶିତ ଏହି ସିରିଜ୍‌ କେବେ ଆସିବ ସେନେଇ କୌଣସି ସୂଚନା ମିଳିନାହିଁ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories