www.samajalive.in
Sunday, December 7, 2025
14.1 C
Bhubaneswar

୫ କୋଟିରେ କୁକୁର କିଣି ଇଡି ପଞ୍ଝାରେ ମାଲିକ

ବେଙ୍ଗାଲୁରୁ: ବିରଳ ପ୍ରଜାତିର ଏକ କୁକୁରକୁ ପ୍ରାୟ ୫ କୋଟି ଟଙ୍କାରେ କିଣିଥିବା ବେଙ୍ଗାଲୁରୁର ବାସିନ୍ଦା ଏସ୍ ସତୀଶ ଏବେ ଇଡି ପଞ୍ଝାରେ ପଡିଛନ୍ତି। ୱଲ୍ଫ-ଡଗ୍ ବା କାଡାବମ୍ ଓକାମି ନାମକ ବିରଳ ପ୍ରଜାତିର ଏକ କୁକୁରକୁ ସତୀଶ ୫ କୋଟି ଟଙ୍କାରେ କିଣିବା ପରେ ଏହାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଫଟୋକୁ ଦେଖି ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ସୃଷ୍ଟି ହୋଇଛି। ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଏହାକୁ ନେଇ ସତୀଶଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ସତୀଶ କେଉଁ ଉପାୟରେ ଏତେ ପରିମାଣର ଅର୍ଥ ଦେଇ କୁକୁରଟିଏ କିଣିଛନ୍ତି? ତାଙ୍କର ରୋଜଗାର ଉତ୍ସ କ’ଣ ତା’ ଉପରେ ଇଡି ତଦନ୍ତ ଆରମ୍ଭ କରିଛି। କିଣିଥିବା କୁକୁର ସହିତ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ଲାଗି ସତୀଶଙ୍କୁ କୁହାଯାଇଛି। ମାତ୍ର ସତୀଶ କହିଛନ୍ତି ଯେ କୁକୁରଟି ଏବେ ତାଙ୍କର ସାଙ୍ଗ ଘରେ ଅଛି। କୁକୁର କିଣିବା କିମ୍ବା ତାଙ୍କ ରୋଜଗାର ପଛରେ କୌଣସି ପ୍ରକାର ଅନିୟମିତତା ନାହିଁ ବୋଲି ସତୀଶ ଇଡିକୁ ସଫେଇ ଦେଇଛନ୍ତି। ସତୀଶ ଜଣେ ପଶୁପାଳକ। ସେ ବିରଳ ପ୍ରଜାତିର କୁକୁର ପାଳନ ସହିତ ଏହାର ବ୍ୟବସାୟ କରନ୍ତି। ବଣରେ ରହୁଥିବା ଗଧିଆ ଓ କ୍ୟାସିନ ସେଫର୍ଡ ପ୍ରଜାତିର କୁକୁର ମିଶ୍ରଣରେ ୱାଇଲ୍ଡଡଗ୍ ପ୍ରଜାତି କୁକୁର ଜନ୍ମ ହୋଇଥାଏ। ଏହି ପ୍ରଜାତିର କୁକୁର ପୃଥିବୀରେ କେବେ କେଉଁଠି ବିକ୍ରି ହୋଇନାହିଁ। ଏହାକୁ ଆମେରିକାରେ ସ୍ବତନ୍ତ୍ର ଭାବେ ପ୍ରଜନନ କରାଯାଇଛି। ଏହି କୁକୁରକୁ ସେ ୫ କୋଟି ଟଙ୍କାରେ କିଣିଥିବା ସତୀଶ କହିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories