ଢାକା: ଢାକାରେ ଅବସ୍ଥାପିତ ସାଉଦି ଆରବ ରାଷ୍ଟ୍ରଦୂତଙ୍କୁ ବ୍ଲାକମେଲ କରି ୫ ନିୟୁତ ଡଲାର ଆଦାୟ ଉଦ୍ୟମ କରୁଥିବା ଅଭିଯୋଗରେ ବାଂଲାଦେଶ ପୁଲିସ ଇତିମଧ୍ୟରେ ଜଣେ ୩୦ ବର୍ଷୀୟା ମଡେଲ ମେଘନା ଆଲମଙ୍କୁ ଗିରଫ କରିଛି। ମେଘନାଙ୍କ ସହ ଏହି ୠାକେଟରେ ଅନ୍ୟ କେତେକ ସଂପୃକ୍ତ ଥିବା ପୁଲିସ ଆଶଙ୍କା କରୁଛି। ବାଂଲାଦେଶର ପ୍ରାୟ ୨୦ ଲକ୍ଷ ଲୋକ ବର୍ତ୍ତମାନ ସାଉଦି ଆରବରେ କାର୍ଯ୍ୟରତ ଅଛନ୍ତି। ଏହା ବ୍ୟତୀତ ସାଉଦି ଆରବ ସରକାର ବାଂଲାଦେଶକୁ ଆର୍ଥିକ ସହାୟତା ଯୋଗାଇ ଆସୁଛି। ଏହି ପରିପ୍ରେକ୍ଷୀରେ ଏହି ବ୍ଲାକମେଲିଂ ଘଟଣାକୁ ନେଇ ସାଉଦି ଆରବ ସହ କୂଟନୈତିକ ସମ୍ପର୍କ ଖରାପ କରିବାକୁ ବାଂଲାଦେଶ ସରକାର ଆଦୌ ଚାହୁଁ ନାହାନ୍ତି। ଗୁରୁବାର ମେଘନାଙ୍କୁ ଅଦାଲତରେ ହାଜର କରାଯାଇଥିବାବେଳେ ସେ ଗିରଫଦାରିକୁ ବିରୋଧ କରିଛନ୍ତି। ଅପରପକ୍ଷରେ ସଂପୃକ୍ତ ରାଷ୍ଟ୍ରଦୂତ ତାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିବା ମେଘନା ପାଲଟା ଅଭିଯୋଗ କରିଛନ୍ତି। ମେଘନା ପୂର୍ବରୁ ମିସ୍ ବାଂଲାଦେଶ ପ୍ରତିଯୋଗିତାରେ ଚମ୍ପିଆନ ହୋଇସାରିଥିବାବେଳେ କେତେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିବା ଜଣାପଡିଛି।
Popular Categories



