www.samajalive.in
Monday, December 8, 2025
13.1 C
Bhubaneswar

କାଶ୍ମୀର ଆମର ଶ୍ବାସନଳୀ: ପାକ୍‌ ସେନାମୁଖ୍ୟ

ଇସଲାମାବାଦ: କାଶ୍ମୀର ଆମର ଶ୍ବାସନଳୀ ସଦୃଶ। ଏହା ବିନା ଆମେ ବଞ୍ଚିପାରିବୁ ନାହିଁ। ତେଣୁ କାଶ୍ମୀରକୁ ହାସଲ କରିବା ଲାଗି ପାକିସ୍ତାନ ସର୍ବଦା ଉଦ୍ୟମ ଜାରି ରଖିବ ବୋଲି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି। ମୁନିର ସେନାମୁଖ୍ୟ ଭାବେ ସାମରିକ ରଣନୀତି ପରିବର୍ତ୍ତେ ପାକିସ୍ତାନର ଜଣେ ରାଜନେତା ଓ ମୁସଲମାନ ଧର୍ମଗୁରୁ ଭଳି ଅନେକ ସମୟରେ ମନ୍ତବ୍ୟ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରବାସୀ ପାକିସ୍ତାନ ନାଗରିକଙ୍କ ସମ୍ମିଳନୀକୁ ସମ୍ବୋଧନ କାଳରେ ମୁନିର କାଶ୍ମୀର ପ୍ରସଙ୍ଗ ଉଠାଇ ଏପରି କହିଛନ୍ତି। ମୁନିର କହିଛନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ସଂସ୍କୃତି, ପ୍ରଥା, ଧର୍ମ, ଚିନ୍ତାଧାରା ଆଦି ସମ୍ପୂର୍ଣ୍ଣ ଅଲଗା। ଆମର ପ୍ରତ୍ୟେକଟି ଜୀବନ ଶୈଳୀ ହିନ୍ଦୁଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଲଗା ଜୀବନଶୈଳୀ ଓ ସଂସ୍କୃତିକୁ ନେଇ ଆମର ପୂର୍ବ ପୁରୁଷମାନେ ଆମମାନଙ୍କ ପାଇଁ ଅଲଗା ଦେଶ ଗଠନ କରିଛନ୍ତି। ଦୁଇଦେଶ ଗଠନ ପାଇଁ ଆମର ପୂର୍ବସୂରୀମାନେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଯଥାର୍ଥ। ସ୍ବତନ୍ତ୍ର ମୁସଲମାନ ରାଷ୍ଟ୍ର ଗଠନ ଲାଗି ଆମର ପୂର୍ବସୂରୀମାନେ ଯେଉଁ ବଳିଦାନ ଦେଇଛନ୍ତି ତାକୁ ଆମେ ଅାମର ପିଲାମାନଙ୍କୁ ଜଣାଇବା ଦରକାର ବୋଲି ମୁନିର ପରାମର୍ଶ ଦେଇଛନ୍ତି। ପାକିସ୍ତାନ ନାଗରିକମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ସେମାନେ ଏକ ଉନ୍ନତ ମୂଲ୍ୟବୋଧ ଓ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରର ନାଗରିକ। ପାକିସ୍ତାନ ସେନାମୁଖ୍ୟଙ୍କ ଏହି ଭାଷଣ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଭାଷଣକୁ ଉପସ୍ଥିତ ପ୍ରବାସୀ ପାକିସ୍ତାନ କରତାଳି ଦେଇ ସମର୍ଥନ କରିଥିଲେ। ଏହି ଅବସରରେ ମୁନିର କହିଛନ୍ତି ଯେ ପାକିସ୍ତାନ ପ୍ରତି ବିପଦ ସୃଷ୍ଟି କରିଥିବା ବଲୁଚ ଲିବରେସନ ଆର୍ମି (ବିଏଲଏ)କୁ ଦମନ କରିବା ଦିଗରେ ସେନା କଠୋର ପଦକ୍ଷେପ ନେବ। ମାତ୍ର ୧୫୦୦ ବିଏଲଏ ଆତଙ୍କବାଦୀ ପାକିସ୍ତାନର ସାର୍ବଭୌମତ୍ବ ଉପରେ କୌଣସି କ୍ଷତି ପହଞ୍ଚାଇପାରିବେ ନାହିଁ। ପାକିସ୍ତାନର ବିଭାଜନ ପୂର୍ବକ ସ୍ବତନ୍ତ୍ର ବଲୁଚିସ୍ତାନ ରାଷ୍ଟ୍ର ଗଠନ କରିବା ଲାଗି ବିଏଲଏ ନିୟମିତ ଭାବେ ହିଂସାକାଣ୍ଡ ଘଟାଇ ଚାଲିଛି। ବିଏଲଏ ପାକିସ୍ତାନ ସେନା ଓ ସୁରକ୍ଷାକର୍ମୀଙ୍କ ବିଶେଷ ଭାବେ ଟାର୍ଗେଟ କରୁଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories