www.samajalive.in
Sunday, December 7, 2025
13.1 C
Bhubaneswar

କାଶ୍ମୀର ଆମର ଶ୍ବାସନଳୀ: ପାକ୍‌ ସେନାମୁଖ୍ୟ

ଇସଲାମାବାଦ: କାଶ୍ମୀର ଆମର ଶ୍ବାସନଳୀ ସଦୃଶ। ଏହା ବିନା ଆମେ ବଞ୍ଚିପାରିବୁ ନାହିଁ। ତେଣୁ କାଶ୍ମୀରକୁ ହାସଲ କରିବା ଲାଗି ପାକିସ୍ତାନ ସର୍ବଦା ଉଦ୍ୟମ ଜାରି ରଖିବ ବୋଲି ପାକିସ୍ତାନ ସେନାମୁଖ୍ୟ ଜେନେରାଲ ଅସୀମ ମୁନିର କହିଛନ୍ତି। ମୁନିର ସେନାମୁଖ୍ୟ ଭାବେ ସାମରିକ ରଣନୀତି ପରିବର୍ତ୍ତେ ପାକିସ୍ତାନର ଜଣେ ରାଜନେତା ଓ ମୁସଲମାନ ଧର୍ମଗୁରୁ ଭଳି ଅନେକ ସମୟରେ ମନ୍ତବ୍ୟ ଦେଇଥାନ୍ତି। ଏହି ପରିପ୍ରେକ୍ଷୀରେ ବୁଧବାର ପ୍ରବାସୀ ପାକିସ୍ତାନ ନାଗରିକଙ୍କ ସମ୍ମିଳନୀକୁ ସମ୍ବୋଧନ କାଳରେ ମୁନିର କାଶ୍ମୀର ପ୍ରସଙ୍ଗ ଉଠାଇ ଏପରି କହିଛନ୍ତି। ମୁନିର କହିଛନ୍ତି ଯେ ହିନ୍ଦୁ ଓ ମୁସଲମାନଙ୍କ ସଂସ୍କୃତି, ପ୍ରଥା, ଧର୍ମ, ଚିନ୍ତାଧାରା ଆଦି ସମ୍ପୂର୍ଣ୍ଣ ଅଲଗା। ଆମର ପ୍ରତ୍ୟେକଟି ଜୀବନ ଶୈଳୀ ହିନ୍ଦୁଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅଲଗା ଜୀବନଶୈଳୀ ଓ ସଂସ୍କୃତିକୁ ନେଇ ଆମର ପୂର୍ବ ପୁରୁଷମାନେ ଆମମାନଙ୍କ ପାଇଁ ଅଲଗା ଦେଶ ଗଠନ କରିଛନ୍ତି। ଦୁଇଦେଶ ଗଠନ ପାଇଁ ଆମର ପୂର୍ବସୂରୀମାନେ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଯଥାର୍ଥ। ସ୍ବତନ୍ତ୍ର ମୁସଲମାନ ରାଷ୍ଟ୍ର ଗଠନ ଲାଗି ଆମର ପୂର୍ବସୂରୀମାନେ ଯେଉଁ ବଳିଦାନ ଦେଇଛନ୍ତି ତାକୁ ଆମେ ଅାମର ପିଲାମାନଙ୍କୁ ଜଣାଇବା ଦରକାର ବୋଲି ମୁନିର ପରାମର୍ଶ ଦେଇଛନ୍ତି। ପାକିସ୍ତାନ ନାଗରିକମାନେ ଭୁଲିଯିବା ଉଚିତ୍ ନୁହେଁ ଯେ ସେମାନେ ଏକ ଉନ୍ନତ ମୂଲ୍ୟବୋଧ ଓ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ରର ନାଗରିକ। ପାକିସ୍ତାନ ସେନାମୁଖ୍ୟଙ୍କ ଏହି ଭାଷଣ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି। ଭାଷଣକୁ ଉପସ୍ଥିତ ପ୍ରବାସୀ ପାକିସ୍ତାନ କରତାଳି ଦେଇ ସମର୍ଥନ କରିଥିଲେ। ଏହି ଅବସରରେ ମୁନିର କହିଛନ୍ତି ଯେ ପାକିସ୍ତାନ ପ୍ରତି ବିପଦ ସୃଷ୍ଟି କରିଥିବା ବଲୁଚ ଲିବରେସନ ଆର୍ମି (ବିଏଲଏ)କୁ ଦମନ କରିବା ଦିଗରେ ସେନା କଠୋର ପଦକ୍ଷେପ ନେବ। ମାତ୍ର ୧୫୦୦ ବିଏଲଏ ଆତଙ୍କବାଦୀ ପାକିସ୍ତାନର ସାର୍ବଭୌମତ୍ବ ଉପରେ କୌଣସି କ୍ଷତି ପହଞ୍ଚାଇପାରିବେ ନାହିଁ। ପାକିସ୍ତାନର ବିଭାଜନ ପୂର୍ବକ ସ୍ବତନ୍ତ୍ର ବଲୁଚିସ୍ତାନ ରାଷ୍ଟ୍ର ଗଠନ କରିବା ଲାଗି ବିଏଲଏ ନିୟମିତ ଭାବେ ହିଂସାକାଣ୍ଡ ଘଟାଇ ଚାଲିଛି। ବିଏଲଏ ପାକିସ୍ତାନ ସେନା ଓ ସୁରକ୍ଷାକର୍ମୀଙ୍କ ବିଶେଷ ଭାବେ ଟାର୍ଗେଟ କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories