www.samajalive.in
Saturday, December 6, 2025
19.1 C
Bhubaneswar

ସୁଟିଂ ବିଶ୍ବକପ୍‌: ସୁରୁଚିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଲିମା(ପେରୁ): ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ସୁଟିଂ ବା ବନ୍ଧୁକ ଚାଳନା ବିଶ୍ବକପ୍‌ରେ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ସୁରୁଚି ସିଂହ। କ୍ରମାଗତ ୨ୟ ଦିନରେ ସୁରୁଚିଙ୍କ ଏହା ୨ୟ ସ୍ବର୍ଣ୍ଣ। ସୌରଭ ଚୌଧୁରୀଙ୍କ ସହ ମିଶି ସୁରୁଚି ମିଶ୍ରିତ ଦଳଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣପଦକ ଜିତିଛନ୍ତି। ବୁଧବାର ରାତିରେ ହୋଇଥିବା ସ୍ବର୍ଣ୍ଣପଦକ ମୁକାବିଲାରେ ସୁରୁଚି-ସୌରଭ ମୋଟ ୧୭ ପଏଣ୍ଟ ହାସଲ କରିଥିବା ବେଳେ ରୌପ୍ୟପଦକ ଜିତିଥିବା ଚୀନ୍‌ର କ୍ବିଆନ୍‌ଜୁନ ୟାଓ ଓ କାଇ ହୁଙ୍କ ଯୋଡ଼ି ୯ ପଏଣ୍ଟ ପାଇଥିଲେ। ଏହି ଇଭେଣ୍ଟର କାଂସ୍ୟପଦକ ମୁକାବିଲାରେ ଭାରତର ଅନ୍ୟ ନାମୀ ଯୋଡ଼ି ମନୁ ଭାକର-ରବିନ୍ଦର ସିଂହ ପରାସ୍ତହୋଇ ପୋଡିୟମ୍‌ ଫିନିସ୍‌ରୁ ବଞ୍ଚିତ ହୋଇଥିଲେ। ୨ଟି ଅଲିମ୍ପିିକ୍‌ସ ପଦକ ବିଜୟିନୀ ମନୁ ଭାକର ଓ ରବିନ୍ଦର ଫାଇନାଲରେ ମାତ୍ର ୬ ପଏଣ୍ଟ ସ୍କୋର୍‌ କରିଥିବା ବେଳେ କାଂସ୍ୟ ପଦକ ଜିତିଥିବା ଚୀନ୍‌ ଯୋଡ଼ି ୧୬ ପଏଣ୍ଟ ସ୍କୋର୍‌ କରିଥିଲେ। ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟରେ ସୁରୁଚି ସିଂହ ଓ ସୌରଭ ଚୌଧୁରୀ ମୋଟ ୫୮୦ ପଏଣ୍ଟ ସ୍କୋର୍‌ କରିଥିଲେ। ୫୮୫ ପଏଣ୍ଟ ସହ ଚୀନ୍‌ର ଯୋଡ଼ି କ୍ବିଆନ୍‌ଜୁନ ୟାଓ ଓ କାଇ ହୁ ପ୍ରଥମ ସ୍ଥାନରେ ରହିଥିଲେ। ଫାଇନାଲରେ ଚୀନ ଯୋଡ଼ି ଏକଦା ୬-୨, ୮-୪ ପଏଣ୍ଟରେ ଆଗୁଆ ଥିଲେ ହେଁ ସୁରୁଚି-ସୌରଭ ଲଢ଼ୁଆ ପ୍ରତ୍ୟାବର୍ତ୍ତନ କରି ୧୭-୯ ପଏଣ୍ଟରେ ଜିତି ନେଇଥିଲେ। ହରିୟାଣାର ଝାଝାର ବାସିନ୍ଦା ୧୮ ବର୍ଷ ବୟସ୍କା ସୁରୁଚି ସିଂହ କ୍ରମାଗତ ୨ଟି ବିଶ୍ବକପ୍‌ରେ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ଗତ ସପ୍ତାହରେ ସେ ବ୍ୟୁନସ୍‌ ଆଇରିସ୍‌ ବିଶ୍ବକପ୍‌ରେ ମଧ୍ୟ ସ୍ବର୍ଣ୍ଣପଦକ ଜିତିଥିଲେ। ସୂଚନାଯୋଗ୍ୟ; ବୁଧବାର ସକାଳେ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମଧ୍ୟ ସୁରୁଚି ସ୍ବର୍ଣ୍ଣପଦକ ଜିତି ପାରିଥିଲେ। ଫାଇନାଲରେ ଭାରତର ସୁଟିଂ ତାରକା ମନୁ ଭାକରଙ୍କୁ ସୁରୁଚି ପରାସ୍ତକରି ସ୍ବର୍ଣ୍ଣ ଜିତିଥିଲେ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories