ଅଲିଗଡ଼: ଉତ୍ତର ପ୍ରଦେଶର ଅଲିଗଡ ସହରରେ ଝିଅ ବିବାହର ମାତ୍ର ଦଶ ଦିନ ପୂର୍ବରୁ ଭାବୀ ଜ୍ବାଇଁଙ୍କ ସହ ଚମ୍ପଟ ମାରିଥିବା ମହିଳା ଗୁରୁବାର ଥାନାରେ ଆତ୍ମସପର୍ମଣ କରିଥିବା ଜଣାପଡିଛି। ସ୍ବପ୍ନା ନାମ୍ନୀ ଏହି ମହିଳା ଏପ୍ରିଲ ୬ରେ ଭାବୀ ଜ୍ବାଇଁ ରାହୁଲଙ୍କ ସହ ଫେରାର ହୋଇଯାଇଥିଲେ। ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ ସ୍ବପ୍ନା କହିଛନ୍ତି ଯେ ତାଙ୍କ ସ୍ବାମୀ ଜଣେ ମଦ୍ୟପ ହୋଇଥିବାବେଳେ ତାଙ୍କୁ ନିସ୍ତୁକ ମାଡ ମାରୁଥିଲେ। ତେଣୁ ରାହୁଲଙ୍କୁ ବିବାହ କରି ଅବଶିଷ୍ଟ ଜୀବନ ବିତାଇବାକୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଜ୍ବାଇଁଙ୍କ ସହ ଫେରାର ହେବା ସମୟରେ ସ୍ବପ୍ନା ନଗଦ ୩.୫ ଲକ୍ଷ ଟଙ୍କା ଓ ୫ ଲକ୍ଷ ଟଙ୍କାର ସ୍ବର୍ଣ୍ଣାଳଙ୍କାର ନେଇଯାଇଛନ୍ତି ବୋଲି ତାଙ୍କ ସ୍ବାମୀ ପୁଲିସରେ ଯେଉଁ ଅଭିଯୋଗ କରିଥିଲେ, ତାହାକୁ ସ୍ବପ୍ନା ଖଣ୍ଡନ କରିଛନ୍ତି। ସ୍ବପ୍ନା କହିଛନ୍ତି ଯେ ରାହୁଲଙ୍କ ସହ ଯିବା ସମୟରେ ତାଙ୍କ ପାଖରେ କେବଳ ୨୦୦ ଟଙ୍କା ଥିଲା। ସ୍ବପ୍ନା ଓ ରାହୁଲ ପ୍ରଥମେ ଲକ୍ଷ୍ନୌ ଏବଂ ପରବର୍ତ୍ତୀ ସମୟରେ ମୁଜାଫରପୁର ପଳାଇଥିଲେ। ପୁଲିସ ସେମାନଙ୍କୁ ଖୋଜୁଥିବା ଜାଣିବା ପରେ ସ୍ବପ୍ନା ଓ ରାହୁଲ ଥାନାରେ ଆତ୍ମସମର୍ପଣ କରିବାରକୁ ଉଚିତ ମଣିଥିଲେ।
Popular Categories



