ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ରେଞ୍ଜ ଲୋଇସିଂହା ଗାଁ ନିକଟରେ ଥିବା ଏକ ବିଲରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ମୃତ ହାତୀର ଆନୁମାନିକ ବୟସ ୨୦ ବର୍ଷ ହେବ ବୋଲି ସୂଚନା ମିଳିଛି। ଆଜି ସକାଳୁ କିଛି ସ୍ଥାନୀୟ ଲୋକେ ବିଲ ମଧ୍ୟରେ ଦନ୍ତା ହାତୀର ମୃତଦେହ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ହାତୀ ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।
Popular Categories


