www.samajalive.in
Friday, December 5, 2025
17.1 C
Bhubaneswar

ମହିଳାଙ୍କ ପାଇଁ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଚାଲିଛି ଉତ୍କର୍ଷ ଓଡ଼ିଶା, ମେକ୍ ଇନ ଓଡ଼ିଶା କନକ୍ଲେଭ-୨୦୨୫। ତେବେ ଆଜି ଦ୍ବିତୀୟ ଦିନ ମହିଳା ନିବେଶକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ମହିଳା ନିବେଶକଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବେ ରାଜ୍ୟ ସରକାର। ଏହାସହ ଇପିକଲ୍ ମହିଳା ନିବେଶକଙ୍କ ପାଇଁ ସ୍ପତନ୍ତ୍ର ସେଲ୍ ଖୋଲିବ। ଆଜି ଉତ୍କର୍ଷ ଓଡିଶା କନକ୍ଲେଭରେ ମହିଳା ନିବେଶକଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ରାଜ୍ୟ ତଥା ଦେଶର ସଫଳ ମହିଳା ବ୍ୟବସାୟୀଙ୍କ ସହ କଥା ହୋଇଛନ୍ତି। ଏଥିରେ ରୁଚି ଫୁଡ୍ ଲାଇନ୍, ମିଲ୍କ ମନ୍ତ୍ର, ଲୁମିନସ୍ ପାଓ୍ବାର , ଇନଡଲ୍ଜ ପ୍ରାଇଭେଟ୍ ଲିମିଟେଡ୍ ଭଳି ଓଡିଶା ଆଧାରିତ କମ୍ପାନୀର ମୁଖ୍ୟମାନେ ଯୋଗଦେଇଥିଲେ। ସମ୍ମିଳନୀର ପ୍ରଥମ ଦିନରେ ପ୍ରାୟ ୪ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି। ଏବେ ସୁଦ୍ଧା ବିଭିନ୍ନ ଶିଳ୍ପ ସଂସ୍ଥା ସହ ୫୪ଟି ଏମଓୟୁ ସ୍ଵାକ୍ଷରିତ କରିଛନ୍ତି ରାଜ୍ୟ ସରକାର।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories