www.samajalive.in
Saturday, December 6, 2025
15.1 C
Bhubaneswar

ପୁରୁଣା ଜବ୍ କାର୍ଡ଼ ନମ୍ବର ବିଫଳ, ବିଡିଓଙ୍କୁ ଲିଖିତ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡରେ ବସବାସ କରୁଥିବା କାଡ୍ରାକାବଣ୍ଡେଲ ଓ ଟେବାପଡା ଗ୍ରାମର ଆଦିମ ଡଙ୍ଗରିଆ କନ୍ଧମାନେ ଏନଆରଇଜିଏ କାର୍ଯ୍ୟରେ ପୁରୁଣା ଜବ୍ କାର୍ଡ଼ ନମ୍ବର ବିଫଳ ଯୋଗୁଁଁ ବିଡିଓଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି। କାଡ୍ରାକାବଣ୍ଡେଲ ଓ ଟେବାପଡା ଦୁଇ ଗ୍ରାମର ଡଙ୍ଗରିଆ ମହିଳା ପୁରୁଷମାନେ ଏକତ୍ରିତ ହୋଇ ସମିତି କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ଡଙ୍ଗରିଆଙ୍କ ପାଇଁ ଯୋଜନା ପରେ ଯୋଜନା କରି ସେମାନଙ୍କୁ ମୁଖ୍ୟ ଶ୍ରୋତକୁ ଆଣିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ନ ଥିବାରୁ ନିଜର ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି।

ରାଜ୍ୟର ବିରଳ ଜନଜାତିଙ୍କ ମଧ୍ୟରୁ ଅନ୍ୟତମ ଜନଜାତି ହେଲେ ଡଙ୍ଗରିଆକନ୍ଧ। ଏମାନେ ରାୟଗଡ଼ା ଜିଲ୍ଲାର ନିୟମଗିରି ପାହାଡ଼ ଅନ୍ତର୍ଗତ କଲ୍ୟାଣସିଂହପୁର, ମୁନିଗୁଡା, ବିଷମ କଟକ ବ୍ଲକ ଅଞ୍ଚଳରେ ଶହେ ବାର ଖଣ୍ଡ ଗ୍ରାମରେ ରହି ଆସୁଛନ୍ତି। କଲ୍ୟାଣସିଂହପୁର ବ୍ଲକର ପାର୍ଶାଲି ଓ ସୁନାଖଣ୍ଡି ପଞ୍ଚାୟତରେ ୪୦ଖଣ୍ଡ ଗ୍ରାମରେ ତିନି ହଜାରରୁ ଅଧିକ ଜନଜାତି ଡଙ୍ଗରିଆ ବସବାସ କରି ଜୀବନ ଜୀବିକା ନିର୍ବାହ କରି ଆସୁଛନ୍ତି। ଡଙ୍ଗରିଆଙ୍କୁ କର୍ମ ନିଯୁକ୍ତି ଦେଇ ଅର୍ଥ ରୋଜଗାର କରାଇବା ପାଇଁ ଜବ୍ କାର୍ଡ ପ୍ରଦାନ କରିଥିଲେ। ପୂର୍ବରୁ ମହିଳା ଓ ପୁରୁଷ ଜବ୍ କାର୍ଡ ମିଳିଥିଲା। ଏହି କାର୍ଡରେ କାମ କଲେ ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉଥିଲା। କିନ୍ତୁ ଗତ ଛଅ ମାସରୁ ଅଧିକ ହେବ ଜବ୍ କାର୍ଡରେ କୌଣସି ଟଙ୍କା ଆସୁ ନ ଥିବାରୁ କାର୍ଯ୍ୟ କରି ଭୋକ ଉପବାସରେ ରହିବାକୁ ପଡୁଛି। କେନ୍ଦ୍ର ସରକାର ଜନଜାତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ପ୍ରଣୟନ କରି ସରକାରଙ୍କ ସମସ୍ତ ସୁବିଧା ପାଇବା ସହ ସରକାରୀ ବ୍ୟବସ୍ଥା ଉପଲବ୍ଧ ହୋଇ ସଶକ୍ତ ହୋଇପାରିବେ। କିନ୍ତୁ ନିୟମଗିରି ଡଙ୍ଗରିଆଙ୍କ ପାଇଁ କେବଳ ପ୍ରହସନ ପାଲଟିଛି କହିଲେ ଭୁଲ ହେବନାହିଁ। ଦୀର୍ଘ ମାସ ଧରି ଜବ୍ କାର୍ଡ ମଧ୍ୟରେ ନିଜନିଜ ଜନମନ ଯୋଜନାରେ ଆବାସ ଘର ତିଆରି କରିଥିଲେ। ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଆବେଦନ କଲେ ମଧ୍ୟ ଜବ୍ କାର୍ଡ ନାକଚ ହୋଇଥିବା ଦର୍ଶାଉଥିବାରୁ ଘରକାର୍ଯ୍ୟ କରି ମାସମାସ ଧରି ବୁଲୁଥିଲେ ମଧ୍ୟ କୌଣସି କାର୍ଯ୍ୟ ହୋଇ ପାରୁ ନ ଥିବା ଦୁର୍ଭାଗ୍ୟଜନକ ଓ ଡଙ୍ଗରିଆଙ୍କ ପ୍ରତି ପ୍ରଶାସନ ଉପହାସ କରୁଥିବା ଅଭିଯୋଗ କରି ବ୍ଲକ ପ୍ରଶାସନକୁ ଦୁଇ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories