www.samajalive.in
Sunday, December 14, 2025
17.1 C
Bhubaneswar

ଲାଲା ଲଜପତ ରାୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି: ‘ଲାଲାଜୀ ଥିଲେ ଯୋଗଜନ୍ମା ପୁରୁଷ’

କଟକ: ଲୋକସେବକ ମଣ୍ଡଳର ପ୍ରତିଷ୍ଠାତା ପୁରୁଷ ସିଂହ ଲାଲା ଲଜପତ ରାୟଙ୍କ ୧୬୧ତମ ଜୟନ୍ତୀ ଅବସରରେ ମଙ୍ଗଳବାର ବକ୍ସିବଜାରସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ଗୋପବନ୍ଧୁ ଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ’ସମାଜ’ ମୁଦ୍ରାକର ଓ ପ୍ରକାଶକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ ଯୋଗଦେଇ କହିଲେ, ଲାଲାଜୀ ପଞ୍ଜାବରେ ଜନ୍ମ ହୋଇଥିବାରୁ ସେ ପଞ୍ଜାବ କେଶରୀ ଭାବେ ଲୋକପ୍ରିୟ ଥିଲେ। ସେ ଦେଶ ପାଇଁ କାମ କରି ପ୍ରାଣବଳି ଦେଇଥିଲେ। ସିଂହର ଶକ୍ତି ଓ ଉତ୍ସାହ ନେଇ ସେ ଦେଶକୁ ବିଦେଶୀଙ୍କ କବଳରୁ ମୁକ୍ତ କରିବାକୁ ଲଢ଼େଇ କରିଥିଲେ। ସେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ସେବା ଓ ତ୍ୟାଗ ମନୋବୃତ୍ତି ନେଇ ଲୋକଙ୍କ କାର୍ଯ୍ୟ କରିବା ତାଙ୍କର ମୂଳମନ୍ତ୍ର ଥିଲା। ଏଥିପାଇଁ ସେ ଲୋକସେବକ ମଣ୍ଡଳ ଭଳି ସେବାମୂଳକ ସଂସ୍ଥା ଗଠନ କରିଥିଲେ। ଲାଲାଜୀଙ୍କ ଭଳି ମଣିଷ ବିରଳ। ତାଙ୍କ ମୃତ୍ୟୁ ଅତୀବ କଷ୍ଟ ଓ ଯନ୍ତ୍ରଣାଦାୟକ ଥିଲା। ପ୍ରକୃତରେ ସେ ଥିଲେ ଜଣେ ଯୋଗଜନ୍ମା ପୁରୁଷ ବୋଲି ଡା. ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଡ. ଆଚାର୍ଯ୍ୟ ସଭାପତିତ୍ବ ଅଭିଭାଷଣରେ କହିଲେ ଯେ, ଲାଲାଜୀ ଥିଲେ ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ। ଜଣେ ପ୍ରକୃତ ଦେଶଭକ୍ତ, ଓଜସ୍ବିନୀ ବକ୍ତା, ପ୍ରତିଷ୍ଠିତ ଲେଖକ, ସିଦ୍ଧ ସମ୍ପାଦକ, ସ୍ବଦେଶୀ ଜାଗରଣର ପ୍ରଣେତା ଏବଂ ଯୁବକଙ୍କ ପ୍ରେରଣାସ୍ରୋତ ଥିଲେ। ଆଜିର ଯୁବପିଢ଼ି ଲାଲାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଉଚିତ୍‌। ଲାଲାଜୀ ଲୋକସେବକ ମଣ୍ଡଳ ଭଳି ପବିତ୍ର ଅନୁଷ୍ଠାନ ଗଠନ କରିଥିଲେ। ୧୯୨୮ ମସିହାରେ ସାଇମନ କମିସନକୁ ବିରୋଧ କରିବା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ତାହାର ଅଗ୍ରଭାଗରେ ଥିଲେ ପୁରୁଷ ସିଂହ ଲାଲା ଲଜପତ ରାୟ। ସେ ଅଗ୍ରଭାଗରେ ରହି ବିରୋଧ କରିବା ସହ ବ୍ରିଟିଶ ଶାସକଙ୍କ ଲାଠି ପ୍ରହାରରେ ଆହତ ହୋଇଥିଲେ ଏବଂ ତା’ର ଅଳ୍ପଦିନ ପରେ ପ୍ରାଣତ୍ୟାଗ କରିଥିଲେ। ସେଭଳି ବିଭୂତି ଯୁବପୀଢିଙ୍କ ପ୍ରେରଣାର ସ୍ରୋତ ବୋଲି ଡ. ଆଚାର୍ଯ୍ୟ କହିଥିଲେ।
‘ସମାଜ’ ସମ୍ପାଦକ ତଥା କାର୍ଯ୍ୟବାହୀ ମୁଖ୍ୟ ପରିଚାଳକ ତପନ କୁମାର ମିଶ୍ର ଲାଲାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ, ଲାଲାଜୀ ଶିକ୍ଷା ଉପରେ ଗୁରୁତ୍ବ ଦେଇଥିଲେ। ଶିକ୍ଷା ଦ୍ବାରା ଅନ୍ଧକାରକୁ ଆଲୋକିତ କରିହେବ ବୋଲି ଲାଲାଜୀ ବିଶ୍ବାସ କରୁଥିଲେ। ଏକ ଜାତି ଗଠନ କରିବାକୁ ହେଲେ ସ୍ବପ୍ନ ଦେଖିବା ଓ ଭବିଷ୍ୟତ ଯୋଜନା ଜରୁରୀ। ତାଙ୍କ ଦୂରଦୃଷ୍ଟି ଚମତ୍କାର ଥିଲା। ଯେଉଁଥିପାଇଁ ଲାଲାଜୀ ସ୍ବାଧୀନତା ପୂର୍ବରୁ ହିଁ ନୂଆ ଚେତନା ମାଧ୍ୟମରେ ସ୍ବାସ୍ଥ୍ୟ, ଶିକ୍ଷା ପ୍ରଭୃତିକୁ ଗୁରୁତ୍ବ ଦେଇଥିଲେ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ବରେ ମୁଗ୍ଧ ହୋଇଥିଲେ ଲାଲାଜୀ। ପରବର୍ତ୍ତୀ ସମୟରେ ଲୋକସେବକ ମଣ୍ଡଳର ଉପସଭାପତି ଦାୟିତ୍ବ ପଣ୍ଡିତ ଗୋପବନ୍ଧୁଙ୍କୁ ପ୍ରଦାନ କରିଥିଲେ। ଲାଲାଜୀଙ୍କ ଆତ୍ମସ୍ବାଭିମାନ ଓ ଜାତୀୟତାବାଦ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ବୋଲି ଶ୍ରୀ ମିଶ୍ର ବୋଲି କହିଥିଲେ।
ଏହି ଆୟୋଜିତ ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ‘ସମାଜ’ର ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories